୨୦୧୯ +୨ ପରୀକ୍ଷା ନିମନ୍ତେ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଲାଗି ପ୍ରକାଶ ପାଇଲା ଫର୍ମ ପୂରଣ ତାରିଖ

୨୦୧୯  +୨ ପରୀକ୍ଷା ନିମନ୍ତେ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଲାଗି ପ୍ରକାଶ ପାଇଲା ଫର୍ମ ପୂରଣ ତାରିଖ

ଭୁବନେଶ୍ୱର: ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ତଥା ଛାତ୍ରଛାତ୍ରୀମାନଙ୍କ ଅବଗତି ପାଇଁ +୨  ବାର୍ଷିକ ପରୀକ୍ଷା ନିମନ୍ତେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି କି, ଅସନ୍ତା ୨୦୧୯ ମାର୍ଚ୍ଚ ମାସରେ ହେବାକୁ  ଥିବା ଉଚ୍ଚ ମାଧ୍ୟମିକ ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ନିମନ୍ତେ ପୂର୍ବ ନିୟମିତ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀମାନେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସ୍ରୋତରେ ଫର୍ମ ପୂରଣ ନିମନ୍ତେ ତାରିଖ  ଧାର୍ଯ୍ୟ କରାଯାଇଛି।

ବିନା ଜରିମାନାରେ ଫର୍ମ ପୂରଣ ୨୯.୧୦.୨୦୧୮ରୁ ୩.୧୧.୨୦୧୮ ପର୍ଯ୍ୟନ୍ତ ହେବ। ସେହିପରି ୫.୧୧.୨୦୧୮ରୁ ୧୦.୧୧.୨୦୧୮ ଭିତରେ ଫର୍ମ ପୂରଣ କଲେ ୫୦ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏଥିସହିତ ୧୨.୧୧.୨୦୧୮ରୁ ୧୪.୧୧.୨୦୧୮ ମଧ୍ୟରେ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୩୫୦ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe