୨ ନକଲି ବିଦ୍ୟୁତ୍‌ କର୍ମଚାରୀ ଗିରଫ

Advertisment
୫୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ମୋହିନୀ ବସ୍ତିରୁ ମହିଳା ଗିରଫ

ପଦ୍ମପୁର: ପଦ୍ମପୁର ଉପଖଣ୍ତ ବୁଡାମାଲ, ସାଲେଗିଡି ଓ ଆଖପାଖ ଗ୍ରାମରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇ ଉପଭୋକ୍ତାଙ୍କଠାରୁ ବିଦ୍ୟୁତ ଶୁଳ୍କ ଆଦାୟ କରୁଥିବା ଅଭିଯୋଗରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମେଲଛାମୁଣ୍ତା ଥାନା ଅଧିନସ୍ଥ ସାରଙ୍ଗପୁର ଗ୍ରାମର ରତନ ସାହୁ ଓ ବଳରାମ ଦରୱାନ। ଏନେଇ ‌ପୂର୍ବରୁ କେତେକ ଉପଭୋକ୍ତା ବିଦ୍ୟୁତ ବିଭାଗୀୟ ଉପଖଣ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଲେଗିଡି ଗ୍ରାମରେ ବିଲ୍‌ ଆଦାୟ କରୁଥିବା ଖବର ପାଇ ଅଭିଯୁକ୍ତଦ୍ବୟଙ୍କୁ କାବୁ କରାଯାଇଥିଲା। ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରିଥିଲେ। ପଦ୍ମପୁର ଥାନା କେସ୍ ନଂ ୧୦/୨୧ ଧାରା ୪୧୯, ୪୨୦, ୪୬୮, ୪୭୧, ୩୪ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ରବୀନ୍ଦ୍ର ହେମ୍ବ୍ରମ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe