+୨ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ୧୬ରୁ

ଦେବଗଡ଼ କଲେଜରେ ଅଭାବନୀୟ କାଣ୍ଡ, କପି ପାଇଁ ଏମିତି ଜିଦ୍‌!

ଭୁବନେଶ୍ବର: +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ନିୟମିତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆସନ୍ତା ୧୬ ତାରିଖରୁ ହେବ। ନଭେମ୍ବର ୧୬ରୁ ୨୬ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ନଭେମ୍ବର ୧୭ରୁ ୨୭ ମଧ୍ୟରେ ଫି’ ଜମା କରିବାକୁ ପଡ଼ିବ। ସେହିପରି ଯେଉଁମାନେ ଏହି ସମୟରେ ଫର୍ମ ପୂରଣ ନକରିପାରିବେ ସେମାନେ ନଭେମ୍ବର ୨୭ରୁ ୩୦ତାରିଖ ମଧ୍ୟରେ ୫୦ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ନଭେମ୍ବର ୨୮ରୁ ଡିସେମ୍ବର ୧ ମଧ୍ୟରେ ଫି’ ଜମା କରିବେ। ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିନଥିବେ ସେମାନେ ଡିସେମ୍ବର ୧ରୁ ୪ମଧ୍ୟରେ ୩୫୦ଟଙ୍କା ଫି’ ଦେଇ ଫର୍ମ ପୂରଣ କରିପାରିବେ। ଡିସେମ୍ବର ୩ରୁ ୫ ମଧ୍ୟରେ ଫି’ ଜମା କରିବାକୁ ପଡ଼ିବ। ଏହି ଅବଧି ମଧ୍ୟରେ ଯେଉଁମାନେ ଫର୍ମ ପୂରଣ ନକରିପାରିବେ ସେମାନଙ୍କୁ ଆଉ ଫର୍ମ ପୂରଣ କରିବାର ସୁଯୋଗ ମିଳିବନି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ଚଳିତବର୍ଷ ଫର୍ମ ପୂରଣ ଫି’ ୫୨୦ଟଙ୍କା ରଖାଯାଇଛି। ଏହାବାଦ୍ ବିଳମ୍ବରେ ଫର୍ମ ପୂରଣ କରୁଥିବା ଛାତ୍ରଛାତ୍ରୀ ଉପରୋକ୍ତ ଜରିମାନା ଦେବେ। ସେହିପରି ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୨୦ଟଙ୍କା, ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ବିଷୟ ପିଛା ୨୦ଟଙ୍କା, ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଅତିରିକ୍ତ ୫୦୦ଟଙ୍କା ଦେବାକୁ ପଡ଼ିବ। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ୨୦୧୫-୧୬ ମସିହା ପରେ ମାନ୍ୟତା/ସ୍ବୀକୃତି ପାଇଥିବ ସେଠାରେ ପ୍ରତି ଛାତ୍ର/ଛାତ୍ରୀ ପିଛା ଅତିରିକ୍ତ ୫୦ଟଙ୍କା ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe