ଜଟଣୀ: ଶନିବାର ରାତିରେ ଖୋର୍ଦ୍ଧାରୋଡ୍ ରେଳଷ୍ଟେସନରୁ ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଜପତି ଜିଲ୍ଲା ରାୟଗଡ଼ା ଥାନା ନୂଆସାହିର ମୁକେଶ ରାଇତା (୨୧) ଓ ଗଞ୍ଜାମ କୋଦଳାର ଆଲୋନ୍ ସେନାପତି (୨୦)। ସେମାନଙ୍କଠାରୁ ପ୍ରାୟ ୨୨ କିଲୋ ଗଞ୍ଜେଇ ଜବତ କରାଯାଇଛି। ଜଟଣୀ ଜିଆର୍ପି ଥାନା ପୁଲିସ ସୂଚନାନୁସାରେ ରାତି ପ୍ରାୟ ସାଢ଼େ ୭ଟା ବେଳେ ଷ୍ଟେସନର ୪ ଓ ୫ ନମ୍ବର ପ୍ଲାଟ୍ଫର୍ମରେ ଜିଆର୍ପି ପୁଲିସ ଓ ଆର୍ପିଏଫ୍ ପକ୍ଷରୁ ମିଳିତ ଯାଞ୍ଚ ଚାଲିଥିଲା। ଯାଞ୍ଚ ବେଳେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ବସ୍ ଯୋଗେ ଖଲିକୋଟ ଅଞ୍ଚଳରୁ ଗଞ୍ଜେଇ ଆଣିଥିଲେ ଏବଂ କୋଲକାତା ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୩୧ ତାରିଖ ଦିନ ପୁଲିସ ଜଟଣୀରୁ ୨ ବଙ୍ଗୀୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କଠାରୁ ପ୍ରାୟ ୪୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେମାନେ ଜଟଣୀରୁ ଜଣେ ମାଫିଆଠାରୁ ଗଞ୍ଜେଇ କିଣି କୋଲକାତା ଚାଲାଣ କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us