ହୀରାକୁଦର ଦୁଇଟି ଗେଟ୍‌ ବନ୍ଦ, ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର ହ୍ରାସ

ହୀରାକୁଦର ଦୁଇଟି ଗେଟ୍‌ ବନ୍ଦ, ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର ହ୍ରାସ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଏବେ ହୀରାକୁଦ ଡ୍ୟାମର ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦର ଦୁଇଟି ଗେଟ୍‌ ବନ୍ଦ ହେବା ଦ୍ୱାରା କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର ହ୍ରାସ ପାଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ରବିବାର ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍‌ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଥିଲେ। ମୁଖ୍ୟଯନ୍ତ୍ରୀଙ୍କ ସହ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ୍‌ ଆଇଜି ହିମାଂଶୁ ଲାଲ୍‌, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଵାଲ ଓ ଏସ୍‌ପି ମୁକେଶ ଭାମୁ ଉପସ୍ଥିତ ରହି ଗେଟ୍‌ ଖୋଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe