ହୀରାକୁଦର ୨ ଗେଟ୍ ଖୋଲା

Advertisment
୨୩‌‌‌‌ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟା ଜଳ

Biznext India

ସମ୍ବଲପୁର : ଆଜି ବି ହୀରାକୁଦର ୨ ଗେଟ୍ ଖୋଲା ରହିଛି। ବୁଧବାର ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୩୩ ଫୁଟ ଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୨୪,୭୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୫୧,୯୮୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

ବୁଧବାର ସଂଧ୍ୟା ୬ଟା ବେଳେ ହୀରାକୁଦ ତଳ ମୁଣ୍ଡ ପଥର୍ଲାଠାରେ ୧୮,୩୫୦ କ୍ୟୁସେକ୍, ଖଇରମାଳଠାରେ ୬୪ ହଜାର କ୍ୟୁସେକ୍‌, ବରମୂଳଠାରେ ୬୮,୮୦୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୩୭ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ପାଣିରୁ ବୁର୍ଲା ପାୱାର୍‌ ହାଉସ୍‌ରେ ୧୦୩.୪୨୦ ମେଗାୱାଟ୍‌ ଓ ଚିପିଲିମା ପାୱାର୍‌ ହାଉସ୍‌ରେ ୪୪.୭୯୨ ମେଗାୱାଟ୍‌ ବିଦ୍ୟୁତ୍ ଉତ୍ପାଦିତ ହୋଇଥିଲା। ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୮ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨.୬୭ ମିଲିମିଟର୍‌ ଓ ତଳ ମୁଣ୍ଡରେ ୫.୩୨ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe