ଜୟପୁର: ପ୍ରବଳ ବର୍ଷା, ଖୋଲିଲା କୋଲାବ ଜଳଭଣ୍ଡାରର ୨ଟି ଗେଟ୍‌

Advertisment
ଜୟପୁର: ପ୍ରବଳ ବର୍ଷା, ଖୋଲିଲା କୋଲାବ ଜଳଭଣ୍ଡାରର ୨ଟି ଗେଟ୍‌

ଜୟପୁର: ବଙ୍ଗେପସାଗରେ ସୃଷ୍ଟି ଘୂର୍ଣ୍ଣି ଝଡ଼ ଓ ଡିପ୍‌ ଡିପ୍ରେସନ ପ୍ରଭାବରେ ସମଗ୍ର କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଉପରମୁଣ୍ଡରେ ଏହି ପ୍ରବଳ ବର୍ଷା ଯୋଗୁଁ ହଠାତ କୋଲାବ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିି ପାଇଛି। ତେଣୁ ଜଳଭଣ୍ଡାରର  ସୁରକ୍ଷା ଦୃଷ୍ଟିରୁ ଆଜି ଭୋରରୁ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲା ଯାଇଛି। ଏହି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି।

publive-image

ମିଳିଥିବା ସୂଚନା ଅନୁଯାୟୀ,  କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ହେଉଛି ୯୩୫ ମିଲିୟନ କ୍ୟୁବିକ୍‌ ମିଟର। ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି  ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୧୫୭୦ କ୍ୟୁବିକ୍‌୍‌ ମିଟର ଜଳ ପ୍ରବେଶ କରୁଛି। ତେବେ ବର୍ତ୍ତମାନ ଜଳଭଣ୍ଡାରରେ  ୮୪୦ ମିଲିୟନ କ୍ୟୁବିକ ମିଟର ଜଳ ଥିବାରୁ  ପ୍ରତି ସେକେଣ୍ଡରେ ଜଳଭଣ୍ଡାରର ଗେଟ୍‌ ନମ୍ବର ୫ ଓ ୬ ଦେଇ ୫୫୦ କ୍ୟୁବିିକ ମିିଟର ଜଳ ନିଷ୍କାସିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe