ବାର୍‌ହା ଆକ୍ରମଣରେ ୨ ଛେଳି ଚରାଳି ଗୁରୁତର

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରୁ ୧୫ କିଲୋମିଟ ଦୂରରେ ଥିବା ନାଗଫେଣା ଗ୍ରାମରେ ଅପରାହ୍ନ ସମୟରେ ବାର୍‌ହା ଆକ୍ରମଣରେ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି...

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରୁ ୧୫ କିଲୋମିଟ ଦୂରରେ ଥିବା ନାଗଫେଣା ଗ୍ରାମରେ ଅପରାହ୍ନ ସମୟରେ ବାର୍‌ହା ଆକ୍ରମଣରେ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି...

2 goat herders seriously injured in Boar attack

2 goat herders seriously injured in Boar attack Photograph: (sambad.in)

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରୁ ୧୫ କିଲୋମିଟ ଦୂରରେ ଥିବା ନାଗଫେଣା ଗ୍ରାମରେ ଅପରାହ୍ନ ସମୟରେ ବାର୍‌ହା ଆକ୍ରମଣରେ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ, ବେଲପଡା ବ୍ଲକ ନାଗଫେଣା ଗ୍ରାମର ସଦାଶିବ ବରିହା ଓ ଗୌତମ ମାଝୀ ନାମକ ୨ ଜଣ ଛେଳି ଚରାଳି ଛେଳିମାନଙ୍କୁ ନେଇ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇଥିଲେ।

ଚରୁଥିବା ସମୟରେ ଜଙ୍ଗଲ ଭିତରକୁ ଛେଳିମାନେ ଯାଉଥିବା ଦେଖି ସେମାନଙ୍କୁ ଜଙ୍ଗଲ ପଟରୁ ଗାଁ ପଟକୁ ଘଉଡାଇ ଆଣିବା ସମୟରେ ସେଠାରେ ଥିବା ବାର୍‌ହା ସଦାଶିବ ଓ ଗୌତମଙ୍କ ଜଙ୍ଘ, ଛାତି ଆଦି ସ୍ଥାନରେ ଆକ୍ରମଣ କରିଥିଲା।

କୌଶଳ କ୍ରମେ ସେଠାରୁ ସେମାନେ ବର୍ତ୍ତି ଗାଁକୁ ପଳାଇ ଆସିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଲାଗି  ଭର୍ତ୍ତି କରା ଯାଇଥିଲା। ତେବେ ୨ ଛେଳି ଚରାଳି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ ନେଇ ପରିବାରବର୍ଗ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe