Star of Mysore
ହାଟଡିହି: ହାଟଡିହି ବ୍ଲକ୍ ବଡ଼ରମ୍ପାସ ଗ୍ରାମର ଦକ୍ଷିଣସାହିରେ ଡ୍ରେନ୍ରେ ପାଣି ଯିବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛି। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଦକ୍ଷିଣସାହି ଡ୍ରେନ୍ରେ ନିର୍ମାଣ ହେଉ ନଥିବାରୁ ବର୍ଷାପାଣି ଯିବାରେ ଅସୁବିଧା ହେଉଛି। ଏହାକୁ ନେଇ ଗ୍ରାମର ଚିନ୍ମୟ ପାତ୍ର ନାମକ ଜଣେ ଯୁବକ ଗାଳିଗୁଲଜ କରିଥିଲା।
ଏହାକୁ ପଡ଼ୋଶୀ ନାରାୟଣ ବେହେରା ବିରୋଧ କରିବାରୁ ଉଭୟଙ୍କ ଭିତରେ ଗଣ୍ଡଗୋଳ ଓ ମାର୍ପିଟ ହୋଇଥିଲା। ନାରାୟଣ ଆହତ ହୋଇଥିଲେ। ଖବର ପାଇ ନାରାୟଣଙ୍କ ସମର୍ଥକମାନେ ପହଞ୍ଚିଯିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିନ୍ମୟଙ୍କ ପରିବାର ଲୋକେ ଭୟଭୀତ ହୋଇ ଘରେ ଲୁଚି ରହିଥିଲେ। ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ବୁଝାସୁଝା କରିଥିଲା।
Follow Us