କୌଣସି ବି କାମ ଛୋଟ ନୁହେଁ; ଜଳଖିଆ ଦୋକାନ କରି ଚର୍ଚ୍ଚା ପାଲଟିଲେ ଜାତୀୟ ସ୍ତରୀୟ ବେସବଲ ଓ କ୍ରିକେଟ ଖେଳାଳି

କୌଣସି ବି କାମ ଛୋଟ ନୁହେଁ; ଜଳଖିଆ ଦୋକାନ କରି ଚର୍ଚ୍ଚା ପାଲଟିଲେ ଜାତୀୟ ସ୍ତରୀୟ ବେସବଲ ଓ କ୍ରିକେଟ ଖେଳାଳି

ଭୁବନେଶ୍ବର: ଅର୍ଥ ଅର୍ଜନ କରିବା ପାଇଁ କେବଳ ଅଫିସ୍‌ରେ ବସିବା ଜରୁରି ନୁହେଁ। ନିଜର ଦକ୍ଷତା ଓ ଇଚ୍ଛା ଶକ୍ତି ଥିଲେ କେଉଁ ବି ଉପାୟରେ ସମ୍ମାନର ସହ ଅର୍ଥ ଉପାର୍ଜନ କରିହେବ। ଏପରି କରି ଚର୍ଚ୍ଚା ପାଲଟିଛନ୍ତି ରାଜଧାନୀ ଭୁବନେଶ୍ବରର ଦୁଇ ଯୁବତୀ। ସ୍ୱାବଲମ୍ବୀ ହେବା ପାଇଁ ଯୁବତୀଙ୍କ ପ୍ରଂଶସନୀୟ ଉଦ୍ୟମ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଭୁବନେଶ୍ୱର ମଧୁସୂଦନ ନଗର ଭେଣ୍ଡିଂ ଜୋନରେ ଦୁଇ ଶିକ୍ଷିତ ଯୁବତୀ ଖୋଲିଛନ୍ତି ଜଳଖିଆ ଦୋକାନ । ଏମାନେ ଦୁଇଜଣ ହେଲେ ଶୁଭଶ୍ରୀ ଦୀକ୍ଷିତ ଓ ରାଜଲକ୍ଷୀ ସାହୁ । ବ୍ୟାଙ୍କ ଲୋନକୁ ଅପେକ୍ଷା ନ କରି ଖୋଲିଛନ୍ତି ଛୋଟ ଜଳଖିଆ ଦୋକାନ । ଶୁଭଶ୍ରୀ ଜଣେ ଜାତୀୟ ସ୍ତରର ବେସବଲ ଓ କ୍ରିକେଟ ଖେଳାଳି । ସେ ୧୬ଟି ଜାତୀୟ ମ୍ୟାଚରେ ଖେଳିସାରିଛନ୍ତି । ସେହିପରି ରାଜଲକ୍ଷୀ ସାହୁ ଏମବିଏ ପାସ କରି ଘରୋଇ ଇଂରାଜୀ ସ୍କଲରେ ଶିକ୍ଷକତା କରୁଛନ୍ତି । ସକାଳ ୮ଟାରୁ ୧୨ଟା ଯାଏଁ ଏମାନେ ଦୋକାନ ଖୋଲି ନିଜର ବେପାର କରୁଥିବା ନେଇ ସୂଚନା ମିଳିଛି ।

ତେବେ ସେମାନେ କହିଛନ୍ତି ଯେ, କୌଣସି କାମକୁ ଛୋଟ ଭାବିବା କଥା ନୁହେଁ । ଯେକୌଣସି କାମ କରିବାରେ କିଛି ଅସୁବିଧା ନାହିଁ । ପୂର୍ବରୁ ଆମେ ଜାତୀୟ ସ୍ତରରେ ଖେଳ ଖେଳିଛୁ । ଋଣ ଲାଗି ବ୍ୟାଙ୍କ ଯାଇଥିଲୁ କିନ୍ତୁ ଟଙ୍କା ମିଳିଲାନାହିଁ । ତେଣୁ ଘରୁ ଟଙ୍କା ଆଣି ଯେତିକି ପାରିଛୁ ସେତିକି କରିଛୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe