ବାଣ ନିଆଁ ପଡ଼ି ଦୁଇବଖରା ଜଳିଗଲା

Advertisment
ବାଣ ନିଆଁ ପଡ଼ି ଦୁଇବଖରା ଜଳିଗଲା

ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ନେଉଳପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ସାଇରା ବାନୁଙ୍କ ଘରେ ଆଜି ବାଣ ପଡ଼ି ୨ବଖରା ଜଳି ଯାଇଛି। ବିବାହ ଶୋଭାଯାତ୍ରାରେ ବାଣ ଫୁଟାଯାଉଥିବା ବେଳେ ଏଥିରୁ ନିଆଁ ଖସି ସାଇରାଙ୍କ ଘର ଛଣଛପର ଉପରେ ପଡ଼ିଥିଲା। ସଙ୍ଗେସଙ୍ଗେ ନିଆଁ ପୂରା ଘରକୁ ବ୍ୟାପି ଯାଇଥିଲା।

ଏହି ଅଗ୍ନିକାଣ୍ତରେ ଘରେ ଥିବା ଧାନଚାଉଳ, ବାସନକୁସନ, ପୋଷାକ ଆଦି ବିଭିନ୍ନ ଆସବାବପତ୍ର ଜଳି ଯାଇଥିଲା। ଏଥିରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ଖବର ପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହ‌ଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe