ଉଡ଼ିଲା ନିଆଁଝୁଲ, ଜଳିଗଲା ୨ ବଖରା ‌ଦୋକାନଘର

Advertisment
ଉଡ଼ିଲା ନିଆଁଝୁଲ, ଜଳିଗଲା ୨ ବଖରା ‌ଦୋକାନଘର

କାଳିଆପାଣି: ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ କାଳିଆପାଣି ଓ କଅଁସ ପଞ୍ଚାୟତ ସୀମାରେ ଥିବା କୋଇପଶି ସାପ୍ତାହିକ ରବିବାର ହାଟରେ ଆଜି ଅଗ୍ନିକାଣ୍ଡ ଘଟି ୨ ବଖରା ଦୋକାନ ଘର ଜଳିଯାଇଛି। ହାଟ‌ ଆରମ୍ଭର କିଛି ସମୟ ପରେ ଖଣ୍ଡିଆଭୂତ ସୃଷ୍ଟିହୋଇ ପାଖରେ ଥିବା ଏକ ଖୋଲା ଚୁଲିରୁ ନିଆଁ ଝୁଲ ଉଡ଼ିଥିଲା।

ଏହା ପ୍ରଥମେ ଦିଲୀପ ମହାକୁଡ଼ଙ୍କ ଜଳଖିଆ ଦୋକାନ ଉପରେ ପଡ଼ିଥିଲା। ତାଙ୍କ ଦୋକାନ ଜଳିଯିବା ସହ ନିକଟରେ ଥିବା ଧନେଶ୍ବର ଗାଗରାଇଙ୍କ ଛଣଛପର ଗୋଦାମ ଗୃହରେ ମଧ୍ୟ ନିଆଁ ଲାଗିଯାଇଥିଲା। ଧନେଶ୍ବରଙ୍କ ସହ ସ୍ଥାନୀୟ ଯୁବକ ବିଜୁ ଥଟାରି, ଧାମରା ପିଅନ, ପିଙ୍କୁ ପଲେଇ, ସୁଶାନ୍ତ ପ୍ରଧାନ, ଆକାଶ ଥଟାରି, ଜଟିଆ ଥଟାରି, ପଦ୍ମ ଥଟାରି ପ୍ରମୁଖ ହାଟ ମଧ୍ୟରେ ଥିବା ନଳକୂଅରୁ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe