ଝାରସୁଗୁଡ଼ା: ବନ୍ଧା ହେଲେ ଶିକାର ଉଦ୍ଦେଶ୍ୟରେ ଯାଉଥିବା ୨ ଯୁବକ, ବନ୍ଧୁକ ଓ ବୋଲେରୋ ଜବତ

ଝାରସୁଗୁଡ଼ା:  ବନ୍ଧା ହେଲେ ଶିକାର ଉଦ୍ଦେଶ୍ୟରେ ଯାଉଥିବା ୨ ଯୁବକ, ବନ୍ଧୁକ ଓ ବୋଲେରୋ ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ଥାନା ପୁଲିସ ଗତ ରାତିରେ ଏକ ବୋଲେରୋ ଗାଡ଼ିରେ ସନ୍ଦେହଜନକ ଭାବରେ ବୁଲୁଥିବା ୨ ଜଣ ଯୁବକଙ୍କୁ ଗିରଫ କରିଛନ୍ତି। ରାତ୍ରୀ ପାଟ୍ରୋଲିଂ ବେଳେ ପୁଲିସ ଏମାନଙ୍କୁ ପିଛା କରି ଧରିଥିଲା। ଗାଡ଼ିରେ ଥିବା  ଦୁଇଜଣ ଯୁବକ ବୃନ୍ଦାମାଲ ଆର ଆର କଲୋନିର ଗଣେଶ ଓରାମ ଓ ରଞ୍ଜନ ଓରାମ ବୋଲି ପୁଲିସ ସୂଚନା ଦେଇଛି।

publive-image

ଗାଡ଼ିରେ ଏକ ଦେଶୀ ବନ୍ଧୁକ, ଗନ୍ ପାଉଡର, ଲୁହାଛଡ଼, ଗୁଳି ଥିବା ବେଳେ ପୁଲିସ ଏସବୁ ସହିତ ବୋଲେରୋ (ଓଡି ୨୩ ବି ୬୨୪୦)କୁ ଜବତ କରିଛି। ଏମାନଙ୍କ ନାମରେ ଥାନା କେସ୍ ନମ୍ବର ୨୧୬/ ୧୨-୧୨ ରେ ଏକ ମାମଲା ରୁଜୁ କରି ଆର୍ମସ ଆକ୍ଟ ୨୫(୧)(କ) ଦଫାରେ କୋର୍ଟ ଚାଲାଣ କରାଯାଇଥିବା ବଡ଼ମାଲ ଥାନା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ଏମାନେ କଟିକେଲା ଜଙ୍ଗଲରେ ଶିକାର କରିବା ଉଦ୍ଦେଶ୍ୟରେ ଯାଉଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe