୨ ବେଆଇନ୍ ବନ୍ଧୁକ ଜବତ, ଯୁବକ ଗିରଫ    

Advertisment
ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ପୁଲିସ୍‌ ଦୁଇଟି ବେଆଇନ ବନ୍ଧୁକ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଉକ୍ତ ଗ୍ରାମର ପୁଲସ୍ତି ଧୀବର (୩୪)। ମିଳିଥିବା ସୂଚନାନୁସାରେ ପୁଲସ୍ତି ନିଜ ଘରେ ବେଆଇନ ବନ୍ଧୁକ ରଖିଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ଉ କରିଥିଲା।

ବନ୍ଧୁକ ଜବତ ପରେ କାଗଜପତ୍ର ମାଗିବାରୁ ପୁଲସ୍ତି ତାହା ଦେଖାଇ ପାରିନଥିଲା। ସେ ଉକ୍ତ ବନ୍ଧୁକ ଦୁଇଟିକୁ ଜନ୍ତୁ ଶିକାର ପାଇଁ ରଖିଥିଲା। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପ୍ରମୋଦ ରଥ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ଅଙ୍କୁର ମଲ୍ଲିକ, ଡିଏସ୍‌ପି (ଡିଆଇବି) ପ୍ରଦୀପ କେରକେଟା ଓ ବାରକୋଟ ଥାନାଧିକାରୀ କନକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe