ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହୁମାଛି ଆତଙ୍କ, ଆକ୍ରମଣରେ ୨ ଗୁରୁତର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହୁମାଛି ଆତଙ୍କ, ଆକ୍ରମଣରେ ୨ ଗୁରୁତର

foxnews.com

ଅନୁଗୁଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ମହୁମାଛିଙ୍କ ଆତଙ୍କ। ଏକ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ଆକ୍ରମଣ କରିଛନ୍ତି। ସୋମବାର ମହୁମାଛି ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ୩୦ ଜଣରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଡାକ୍ତରଖାନାର ମ‌ା ଓ ଶିଶୁ ବିଭାଗର ପ୍ରଥମ ମହଲା ଛାତ, ୪ ମହଲାର ଛାତ ଓ ଛଅ ମହଲା ମୁଖ୍ୟ ଦ୍ୱାର ନିକଟ ଛାତରେ ମହୁଫେଣାର ରହିଛି। ସୋମବାର ଅପରାହଣ ପ୍ରାୟ ୪ଟା ବେ‌ଳେ ଅଚାନକ ମହୁମାଛିମାନେ ବାହାରି ରୋଗୀ ତଥା ରୋଗୀ ପରିଜନମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ପ୍ରଥମେ ୩ ମହଲାର ସମ୍ମୁଖରେ ଲୋକମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ସେଠାରେ ଥିବା ରୋଗୀ ତଥା ରୋଗୀ ପରିଜନ ଚିକିତ୍ସାଳୟ ଭିତରକୁ ଯାଇ କବାଟ ଦେଇ ଦେଇଥିଲେ। ସେତେବେଳେ ବାହାରେ ରହିଯାଇଥିବା ଜଣେ ଡାକ୍ତରଖାନା କର୍ମଚାରୀଙ୍କୂ ଗୋଡ଼େଇ ଗୋଡ଼େଇ ମହୁମାଛି କାମୁଡ଼ି ଥିଲେ। ଠିକ୍‌ ସେହି ସମୟରେ ଚକ୍ଷୁ ବିଭାଗ ରାସ୍ତା ଦେଇ ଯା’ଆସ କରୁଥିବା ରୋଗୀ ତଥା ଅଟୋ ଚାଳକମାନଙ୍କୁ ଆକ୍ରମଣ କରିଥିଲେ। ଏତିକି ବେଳେ ଜଣେ ବାଇକ୍‌ ଆରୋହୀ ଆଉଟଡୋର ପାଖ ଦେଇ ଛଅ ମହଲା ଆଡ଼କୁ ଯାଉଥିବା ବେଳେ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ଜୀବନ ବିକଳରେ ସେ ଛଅ ମହଲା ନିକଟରେ ବାଇକ୍‌କୁ ପକାଇ ଦୌଡ଼ି ଯାଇ ଶୌଚାଳୟ ଭିତରେ ପଶି ଯାଇଥିଲେ। ଡାକ୍ତରଖାନା ବାହାରେ ବୁଲାବୁଲି କରୁଥିବା ଲୋକେ ବି ମହୁମାଛିଙ୍କ କବଳରୁ ବର୍ତ୍ତି ନଥିଲେ। ଡାକ୍ତରଖାନାର ମାତୃ ଓ ଶିଶୁ ବିଭାଗ, ପୁରୁଷ ମେଡିସିନ୍‌ ବିଭାଗ ଓ ସର୍ଜରୀ ବିଭାଗ, ମହିଳା ମେଡିସିନ୍‌ ବିଭାଗକୁ ପ୍ରାୟ ୧ ଘଣ୍ଟା ଧରି ଯାତାୟତ ବନ୍ଦ ହୋଇଯାଇଥିଲା। ମୁହୁମାଛି ଆକ୍ରମଣର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅ‌ନ୍ୟ ଜଣେ ଏକ ନର୍ସିଂହୋମ‌ରେ ଭର୍ତ୍ତି ହୋଇଛନ୍ତି। ସେହିଭଳି ଅନ୍ୟ ଆହତମାନେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ଘରକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe