ପରକୀୟା ପ୍ରୀତି ସନ୍ଦେହ, ଓକିଲ ପତ୍ନୀଙ୍କ ଏସିଡ ମାଡ଼

Advertisment

ମହିଳା ସମେତ ୨ ଆହତ

ମହିଳା ସମେତ ୨ ଆହତ

ପରକୀୟା ପ୍ରୀତି ସନ୍ଦେହ, ଓକିଲ ପତ୍ନୀଙ୍କ ଏସିଡ ମାଡ଼

ରାଉରକେଲା: ପରକୀୟା ପ୍ରୀତି ସନ୍ଦେହରେ ରାଉରକେଲାର ଜଣେ ଓକିଲଙ୍କ ପତ୍ନୀ ଏସିଡ ମାଡ଼ କରିବାରୁ ଅନ୍ୟ ଜଣେ ମହିଳାଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ପଠାଯାଇଥିଲା। ଗୁୁରୁତର ମହିଳାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)କୁ ସ୍ଥାନାନ୍ତର କରାଯାଇଛି। ରାଉରକେଲା ସାରନଗରୀ ବସ୍ତିର ଜଣେ ମହିଳା ଏକ କେଶ୍ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ ରାଉରକେଲା ରେଳ ଷ୍ଟେସନ ଆଗରେ ତାଙ୍କ ଓକିଲଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଅନ୍ୟ ମହିଳା ସେଠାରେ ପହଞ୍ଚି ମହିଳାଙ୍କ ମୁହଁକୁ ଏସିଡ ମାଡ଼ କରିଥିଲେ। ଏସିଡ଼ ପଡିବାରୁ ମହିଳାଙ୍କ ସମେତ ଏହି ସମୟରେ ‌ରାସ୍ତାରେ ଯାଉଥିବା ଜଣେ ଟ୍ରେନ୍ ଯାତ୍ରୀ ଆନନ୍ଦମାସୀ ରାମ (୩୫) ଆହତ ହୋଇଥିଲେ। ତାଙ୍କୁ ମୁହଁ, ଆଖି ଓ ଶରୀର ବିଭିନ୍ନ ଅଂଶରେ ଏସିଡ଼ ପଡିଥିଲା। ଆହତ ବ୍ୟକ୍ତି ଟ୍ରେନ୍ ଯାତ୍ରୀ ଭୋପାଳରୁ ରାଞ୍ଚି ଯାଉଥିଲେ। ସେ ରାଉରକେଲାରେ ଟ୍ରେନ୍‌ରୁ ଓହ୍ଲାଇ ଷ୍ଟେସନ ବାହାରକୁ ଆସିଥିଲେ। ଏସିଡ଼ ମାଡ଼ କରିଥିବା ମହିଳା ଜଣଙ୍କ ହେଲେ ଓକିଲଙ୍କ ପତ୍ନୀ। ସ୍ବାମୀ ସହିତ ଅନୈତିକ ସମ୍ପର୍କ ରଖିଥିବା ଏବଂ ବାରମ୍ବାର ମନା କରିବା ସତ୍ତ୍ବେ ସେ ନ ମାନିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe