ଉପହାର ଦେଇ ଘରକୁ ଫେରୁଥିଲେ ଇନ୍ସୁରାନ୍ସ କମ୍ପାନିର ଦୁଇ କର୍ମଚାରୀ: ବାଟରେ ଜଗିଥିଲା ଯମ

Advertisment
ଉପହାର ଦେଇ ଘରକୁ ଫେରୁଥିଲେ ଇନ୍ସୁରାନ୍ସ କମ୍ପାନିର ଦୁଇ କର୍ମଚାରୀ: ବାଟରେ ଜଗିଥିଲା ଯମ

ବରଗଡ଼: ଅତାବିରା ଥାନା ଦେବାହାଲ ନିକଟରେ ବାଇକକୁ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଇନ୍ସୁରାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ସୁମନ୍ତ ଦେବନାଥ ଓ କମଲେଶ ସାହୁ।

ସୂଚନା ଅନୁଯାୟୀ, ଶ୍ରୀରାମ ଜେନେରାଲ ଇନ୍ସୁରାନ୍ସ କମ୍ପାନିର ଦୁଇ କର୍ମଚାରୀ  ସୁମନ୍ତ ଦେବନାଥ(୩୦) ଓ କମଲେଶ ସାହୁ(୨୪) ଦୀପାବଳି ଅବସରରେ କମ୍ପାନି ପକ୍ଷରୁ ବିଭିନ୍ନ ସୋରୁମ  ଓ ଏଜେଣ୍ଟମାନଙ୍କୁ ଉପହାର ଦେବାକୁ ବାଇକରେ ବରଗଡ଼ ଜିଲ୍ଲାକୁ ଆସିଥିଲେ। ଦୁହେଁ ସମ୍ବଲପୁରକୁ ଫେରିବା ସମୟରେ ବିଳମ୍ବିତ ରାତିରେ ଦେବାହାଲ ଗ୍ରାମରେ ଏକ କୋଇଲା ବୋଝେଇ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ତେବେ ଉଭୟ ଯୁବକ ଟ୍ରକ ଚାପାରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲା ଓ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲାl ମୃତକଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛିl ତେବେ ମୃତ ଉଭୟ ଯୁବକ ସମ୍ବଲପୁର ସଦର ଥାନା ବୋଲି ଜଣାପଡ଼ିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe