୨ ଆନ୍ତଃ ରାଜ୍ୟ ଡିକି ଭଙ୍ଗା ଚୋର ଗିରଫ: ବାଇକ୍‌ ସହ ନଗଦ ୧.୮୬ ଲକ୍ଷ ଜବତ

୨ ଆନ୍ତଃ ରାଜ୍ୟ ଡିକି ଭଙ୍ଗା ଚୋର ଗିରଫ: ବାଇକ୍‌ ସହ ନଗଦ ୧.୮୬ ଲକ୍ଷ ଜବତ

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ପୁଲିସ୍‌ ଆଜି ଆନ୍ତଃ ରାଜ୍ୟ ଡିକି ଫଟା ଅପରାଧରେ ସଂଶ୍ଳିଷ୍ଟ ଥିବା ୨ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ନେଲୁର ଜିଲ୍ଲା କାପ୍ରାଲଟିପ୍ପା ଥାନାର ପେଟ୍ଟଲା ସଂଜୟ(୨୫) ଓ ବନଲା ପ୍ରଶାନ୍ତ(୨୨)।

ଅତାବିରା ଥାନା ଅନ୍ତର୍ଗତ ବୁଗବୁଗା ଗ୍ରାମର ହୃଦାନନ୍ଦ ବେହେରା ଗତ ୬ ତାରିଖ ଅପରାହ୍ଣ ସାଢ଼େ ୩ଟାରେ ଷ୍ଟେଟ ବ୍ୟାଙ୍କ ଓ ଡିସିବି ବ୍ୟାଙ୍କରୁ ୧ ଲକ୍ଷ ୮୬ ହଜାର ଟଙ୍କା ଉଠାଇ ଘରକୁ ବାଇକ୍‌ରେ ଫେରୁଥିଲେ। ବାବେବିରା ଆନ୍ଧ୍ରପଡ଼ା କେନାଲ ଛକଠାରେ ଅପରାଧୀ ଦ୍ବୟ ଏକ ୟୁନିକନ୍ ବାଇକ୍‌ରେ ଆସି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲେ। ପରେ ହୃଦାନନ୍ଦଙ୍କୁ ଆକ୍ରମଣ କରି ଡିକିରୁ ଟଙ୍କାତକ କାଢ଼ି ଫେରାର୍‌ ମାରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଦୁର୍ବୃତ୍ତ ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ଦେଇ ପୁଲିସ୍‌ର ଜିମା ଦେଇଥିଲେ।

ଗତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଅତାବିରା ଥାନା ଅଂଚଳରେ ଅନୁରୂପ ଡିକି ଚୋରି ଘଟଣା ଉଭୟ ଦୁର୍ବୃତ୍ତ ସଂପୃକ୍ତ ଥିଲେ। ଏଥିସହ ଗତ ୪ ତାରିଖ ବଲାଂଗୀରରେ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଘଟଣାରେ ଉଭୟଙ୍କ ହାତ ଥିଲା ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କ ପାଖରୁ ନଗଦ ୧ ଲକ୍ଷ ୮୬ ହଜାର ଟଙ୍କା, ଓଡ଼ି ୦୧ କେ ୨୫୮୧ ନମ୍ବର ପ୍ଳେଟ, ୟୁନିକନ୍ ବାଇକ ପୁଲିସ୍‌ ଜବତ କରି ଦୁଇ ଅପରାଧୀଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe