Odisha Sun Times
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସିଆରପିଏଫ କ୍ୟାମ୍ପରେ ଅଭାବନୀୟ ଘଟଣା ଘଟିଛି। ଯବାନଙ୍କ ମଧ୍ୟରେ ସାମାନ୍ୟ କଥାରୁ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଗୁଳି ମାଡ଼ରେ ଶେଷ ହୋଇଛି। ଗୁଳି ବାଜି ଘଟଣାସ୍ଥଳରେ ହିଁ ଦୁଇ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଜାପୁର ଏସପି ଦିବ୍ୟାଙ୍ଗ ପଟେଲଙ୍କ କହିବା ଅନୁଯାୟୀ, ଆଜି ଯବାନଙ୍କ ମଧ୍ୟରେ କଥାବାର୍ତା ଚାଲିଥିବା ବେଳେ ହଠାତ୍ କଥା କଟାକଟି ହୋଇ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା। ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାକି ତାଙ୍କର ଦୁଇ ସହଯୋଗୀଙ୍କ ଦେହରେ ବାଜିବାରୁ ସେମାନେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ମୃତ ଦୁଇ ଯବାନଙ୍କ ପରିଚୟ ମିଳିପାରି ନାହିଁ। ଖବର ପଇ ସ୍ଥାନୀୟ ପୁଲିସ ସିଆରପିଏଫ କ୍ୟାମ୍ପରେ ପହଞ୍ଚିଥିଲା। ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁଳି ଚଳାଇଥିବା ଯବାନଙ୍କୁ ଗିରଫ କରିଛି।
Follow Us