ସାପ କାମୁଡ଼ାରେ ୨ ମହିଳା ମୃତ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

କେନ୍ଦୁଝର/ ହରିଚନ୍ଦନପୁର,୫/୬ : କେନ୍ଦୁଝର ଜିଲ୍ଲାରେ ରବିବାର ସାପ କାମୁଡାରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ପଳାଶପଙ୍ଗା ଫାଣ୍ଡି ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶକୁନ୍ତଳା ମାଝୀ। ଶକୁନ୍ତଳା ଗତକାଲି ସନ୍ଧ୍ୟାରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ହରିଚନ୍ଦନପୁର ବ୍ଲକ ଭଅଁରପୁର ପଞ୍ଚାୟତ ଚଷାଟାଙ୍ଗିରି ଗ୍ରାମର  ସନାତନ ପାତ୍ରଙ୍କ ପତ୍ନୀ ମାମିନା ପାତ୍ର (୩୭) ଏବଂ  ଝିଅ ଶୁଭଶ୍ରୀ (୧୬) କୁ ଗତକାଲି ରାତିରେ ଏକ ବିଷଧର ସାପ କାମୁଡିଥିଲା।  ସକାଳେ ଶ୍ରୀମତୀ ପାତ୍ରଙ୍କ କେନ୍ଦୁଝର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମାଆ ଓ ଝିଅ ଗତକାଲି ରାତିରେ ଖାଇସାରି ଘରେ ଶୋଇଥିଲେ।  ମଧ୍ୟ ରାତିରେ ଏକ ବିଷଧର ସାପ ଉଭୟ ମାଆ ଓ ଝିଅକୁ କାମୁଡି ଦେଇଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ  ଉଭୟ ମାଆ ଓ ଝିଅକୁ କେନ୍ଦୁଝର ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶ୍ରୀମତୀ ପାତ୍ରଙ୍କ ମୃତ୍ୟୁ ଘଟିଥିଲା।  ଖବର ପାଇ ହରିଚନ୍ଦନପୁର ଥାନାର ଏଏସଆଇ  ଖୁଦିରାମ କିସାନ ନଂ.୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe