Beatrice Daily Sun
ତେଲକୋଇ: ତେଲକୋଇ ବନ ବିଭାଗ ଓ କେନ୍ଦୁଝରର ଏକ ସ୍ବତନ୍ତ୍ର ଟିମ୍ ତେଲକୋଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ବେଆଇନ ଭାବେ ଦେଶୀବନ୍ଧୁକ ରଖିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯିବା ସହିତ ଦୁଇଟି ବନ୍ଧୁକ ଜବତ କରାଯାଇଛି।
ଅଭିଯୁକ୍ତମାନେ ହେଲେ ତେଲକୋଇ ଥାନା ପଡ଼ିଆପଶି ଗ୍ରାମର ସ୍ବର୍ଗତ ହରି ନାୟକଙ୍କ ପୁଅ ଗୁରୁଚରଣ ନାୟକ ଏବଂ ବଳଭଦ୍ରପୁର (ପନାସିଆ) ଗ୍ରାମର ଦୋଳ ସାହୁଙ୍କ ପୁଅ ଅଖିଳ ସାହୁ। ତେଲକୋଇ ଅଞ୍ଚଳରେ ଅନେକ ଲୋକ ବେଆଇନ ଭାବେ ଚୋରା ବନ୍ଧୁକ ରଖି ବନ୍ୟପ୍ରାଣୀ ଶିକାର କରୁଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇବା ପରେ ଚଢ଼ଉ ଆରମ୍ଭ ହୋଇଛି। ଏହି ଚଢ଼ଉରେ ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓଙ୍କ ସମେତ ଫରେଷ୍ଟର ବିଦ୍ୟାଧର ସାହୁ, ଯଦୁମଣି ରଣା, ତ୍ରିନାଥ ନାଏକ ପ୍ରମୁଖ ସାମିଲ ହୋଇଥିଲେ।
Follow Us