କ୍ୟାଣ୍ଟନ୍‌ମେଣ୍ଟ ଥାନାରୁ ୨ ଲୁଟେରା ଚମ୍ପଟ

Advertisment

ଶନିବାର ବିଳମ୍ବିତ ରାତିରେ କ୍ୟାଣ୍ଟନମେଣ୍ଟ ଥାନାରୁ ଦୁଇ ଲୁଟେରା ଚମ୍ପଟ୍ ମାରିଛନ୍ତି। ପୁଲିସ ସିସି କ୍ୟାମେରା ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ବାଲିଯାତ୍ରା ତଳ ପଡ଼ିଆରେ ଶନିବାର ରାତି ପ୍ରାୟ ୧ଟା ୩୦ ବେଳେ ଦୁଇ ମହିଳା ଲୁଟେରା...

ଶନିବାର ବିଳମ୍ବିତ ରାତିରେ କ୍ୟାଣ୍ଟନମେଣ୍ଟ ଥାନାରୁ ଦୁଇ ଲୁଟେରା ଚମ୍ପଟ୍ ମାରିଛନ୍ତି। ପୁଲିସ ସିସି କ୍ୟାମେରା ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ବାଲିଯାତ୍ରା ତଳ ପଡ଼ିଆରେ ଶନିବାର ରାତି ପ୍ରାୟ ୧ଟା ୩୦ ବେଳେ ଦୁଇ ମହିଳା ଲୁଟେରା...

ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

କଟକ: ଶନିବାର ବିଳମ୍ବିତ ରାତିରେ କ୍ୟାଣ୍ଟନମେଣ୍ଟ ଥାନାରୁ ଦୁଇ ଲୁଟେରା ଚମ୍ପଟ୍ ମାରିଛନ୍ତି। ପୁଲିସ ସିସି କ୍ୟାମେରା ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ବାଲିଯାତ୍ରା ତଳ ପଡ଼ିଆରେ ଶନିବାର ରାତି ପ୍ରାୟ ୧ଟା ୩୦ ବେଳେ ଦୁଇ ମହିଳା ଲୁଟେରା (ବଞ୍ଜାରା) ବୁଲୁଥିବା କିଛି ବ୍ୟବସାୟୀ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏହି ଦୁଇ ମହିଳାଙ୍କୁ କାବୁ କରି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନିଜକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଅଞ୍ଚଳରେ ରହୁଥିବା ପୂଜା ସିଂ(୧୯) ଓ ମେହେନ୍ଦି ସିଂ(୨୦) ବୋଲି ପରିଚୟ ଦେଇଥିଲେ। 

କିନ୍ତୁ ଉଭୟ ବଙ୍ଗଳା ଭାଷାରେ କଥା ହେଉଥିଲେ। ପୁଲିସ ସେମାନଙ୍କୁ ଥାନାରେ ସେଦିନ ରାତିରେ ଅଟକ ରଖିଥିଲା। ତେବେ ରାତି ପ୍ରାୟ ୨ଟା ୧୫ ବେଳେ ଏହି ଦୁଇ ଜଣ ଥାନା ପରିସରରୁ ଚମ୍ପଟ ମାରିଥିଲେ। ଏହି ଦୁଇ ଯୁବତୀଙ୍କୁ ବିଡ଼ାନାସୀରେ ଥିବା ଏକ ଆଶ୍ରମରେ ଛାଡ଼ିବାକୁ ପୁଲିସ ଯୋଜନା କରୁଥିଲା। ଏହା ପୂର୍ବରୁ ସେମାନେ ଥାନାରୁ ଚମ୍ପଟ୍ ମାରିବା ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଜୁଲାଇ ୨୧ରେ କ୍ୟାଣ୍ଟନମେଣ୍ଟ ଥାନା ପରିସରରୁ ଚୋରି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଶଙ୍କର୍ଷଣ ବେହେରା ଓରଫ ବାବୁଲା ଚମ୍ପଟ୍ ମାରିଥିଲା। ୨୨ ତାରିଖରେ ଯୋବ୍ରା ନିକଟରୁ ବାବୁଲାର ଶବ ପୁଲିସ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe