ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! 

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବରଗଡ଼: ବରଗଡ଼-ଭଟଲି ରାସ୍ତା ଟୁକୁର୍ଲ୍ଲା ଚଣ୍ଡୀମନ୍ଦିର ପାଖ କାଜୁ ବଗିଚା ଭିତରେ ଶୁକ୍ରବାର ସକାଳୁ ଦୁଇଟି ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ଦୁଇଜଣଙ୍କ ମଧ୍ୟରୁ ଯୁବକ ଜଣକ ହେଲେ ବରଗାଁ ଗ୍ରାମର ନିରଞ୍ଜନ ଭୁଏ(୨୪)। ସେ ବରଗଡ଼ ଭଟଲି ଛକଠାରେ ଗ୍ୟାରେଜ୍‌ରେ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଯୁବତୀ ଜଣକ ମେନେକା ଭୁଏ (୧୭)।  ସେ କଳାପାଣି କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ରୀ। ଉଭୟଙ୍କ ମୃତ ଦେହ କାଜୁ ବଗିଚାର ଏକ ବୁଦା ମୂଳରେ ଦେଖିବାକୁ ମିଳିଥିଲା।

ଘଟଣାସ୍ଥଳରେ ଓଡି ୧୭ଟି ୩୦୬୫ ନମ୍ବର ବିଶିଷ୍ଟ ସିଡି ଡିଲକ୍ସ ବାଇକ ରହିଥିଲା। ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ପାରିପାର୍ଶ୍ବିକ ସ୍ଥିତି ଦେଖି ପୁଲିସ୍‌ ଅନୁମାନ କରୁଛି। ଘଟଣାସ୍ଥଳକୁ ଭଟଲି ପୁଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତନାଘନା କରିଛି। ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe