ଏନ୍‌କାଉଣ୍ଟର୍‌ରେ ୨ ମାଓବାଦୀ ନିହତ: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ଅପରେସନ୍‌

Advertisment

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଥାନା ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ଅଧୀନ ବୁଡ଼ାଗୁଡ଼ାରେ ଆଜି ଦିନତମାମ୍‌ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି।

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଥାନା ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ଅଧୀନ ବୁଡ଼ାଗୁଡ଼ାରେ ଆଜି ଦିନତମାମ୍‌ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି।

naxal encounter

ଫୁଲବାଣୀ: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଥାନା ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ଅଧୀନ ବୁଡ଼ାଗୁଡ଼ାରେ ଆଜି ଦିନତମାମ୍‌ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମାଓ ଦମନ ଅଭିଯାନରେ କନ୍ଧମାଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଗୁଳିରେ ନିପାତ ହୋଇଥିବା ମାଓବାଦୀ ଦ୍ବୟ ହେଉଛନ୍ତି ମଙ୍କୁ ଓ ଚନ୍ଦନ। ନିହତ ମଙ୍କୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପ୍‌ର ଏସିଏମ୍‌ କ୍ୟାଡର୍‌ ହୋଇଥିବା ବେଳେ ଚନ୍ଦନ ପାର୍ଟିର ଅନ୍ୟତମ ସଦସ୍ୟ ବୋଲି କନ୍ଧମାଳ ଏସ୍‌ପି ହରୀଶ ବି.ସି ସୂଚନା ଦେଇଛନ୍ତି। 
ଏହା ସହିତ ପୁଲିସ ମାଓ କ୍ୟାମ୍ପ ଠାବ କରି ଗୋଟିଏ ରାଇଫଲ୍‌, ଗୋଟିଏ ରିଭଲଭର୍‌, ଜୀବନ୍ତ ଗୁଳି, ୱାକିଟକି, ବ୍ୟାଟେରି ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ପୁଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। 

ସୂଚନାଯୋଗ୍ୟ, ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ଜିଲ୍ଲା ପୁଲିସ ସୂଚନା ପାଇଥିଲା। କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡିଭିଏଫ୍‌ ଯବାନଙ୍କର ଏକ ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍‌ ଆରମ୍ଭ କରିଥିଲେ। ଆଜି ଦିନ ୧୨ଟା ସମୟରେ ଡିଭିଏଫ୍‌ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ପାଲଟା ଜବାବ ଦେଇଥିଲା। ଘଟଣାସ୍ଥଳରେ ଦୁର୍ଦ୍ଦାନ୍ତ ମାଓ କ୍ୟାଡର ମଙ୍କୁ ଓ ଚନ୍ଦନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଉଭୟଙ୍କ ଶବ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍‌କୁ ଜୋର୍‌ଦାର କରିଛି। ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଏହି ସଫଳତା ପାଇଁ କନ୍ଧମାଳ ଏସ୍‌ପି ଏବଂ ଡିଭିଏଫ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଛତିଶଗଡ଼ରେ ନକ୍ସଲ ବିରୋଧୀ ଅଭିଯାନ ଜୋର୍‌ଦାର ଚାଲିଥିବାରୁ ନକ୍ସଲମାନେ ଓଡ଼ିଶା ଜଙ୍ଗଲକୁ ଚାଲି ଆସୁଛନ୍ତି। ଛତିଶଗଡ଼ ନକ୍ସଲଙ୍କୁ କନ୍ଧମାଳର ଘଞ୍ଚ ଜଙ୍ଗଲ ବିଶେଷ ଭାବେ ସୁହାଉଛି। 

ଉଲ୍ଲେଖଯୋଗ୍ୟ ଯେ କେକେବିଏନ୍‌ ମାଓ ଡିଭିଜନ୍‌ର ଟପ୍‌ ମାଓନେତା ଦସୁରୁର ନିଧନ ପରେ ତା’ ପତ୍ନୀ ମମତା ଏବେ କନ୍ଧମାଳରେ ନେତୃତ୍ବ ନେଉଛି। କନ୍ଧମାଳ-କଳାହାଣ୍ଡି-ବୌଦ୍ଧ ଜିଲ୍ଲାର ଜଙ୍ଗଲରେ ଏବେ କେକେବିଏନ୍‌ ମାଓ ଡିଭିଜନ ସକ୍ରିୟ ରହିଛି।  ମାଓ ନେତ୍ରୀ ମମତା ନେତୃତ୍ବରେ କେକେବିଏନ୍‌ ମାଓ ଡିଭିଜନ୍‌ ଏବେ ଚାରିଗୋଟି ପ୍ରମୁଖ ଏରିଆ କମିଟିରେ ବିଭକ୍ତ ହୋଇ ସେମାନଙ୍କ ନେଟ୍‌ୱର୍କକୁ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ଏସବୁ ଏରିଆ କମିଟି ହେଉଛି ବାଘ ନଦୀ ଏରିଆ କମିଟି, ରାହୁଲ ନଦୀ ଏରିଆ କମିଟି, କାଡ଼ାଙ୍ଗ ଏରିଆ କମିଟି ଏବଂ ମହାନଦୀ ଏରିଆ କମିଟି।  ଅନ୍ୟପଟେ କନ୍ଧମାଳ-ରାୟଗଡ଼ା ଓ କନ୍ଧମାଳ-ଗଜପତି ଜଙ୍ଗଲରେ ବିଜିଏନ୍‌ ମାଓ ଡିଭିଜନ୍‌ ସକ୍ରିୟ ରହିଛି। ଟପ୍‌ ମାଓ ନେତା ନିଖିଲ ଓ ତା’ ପତ୍ନୀ ଇନ୍ଦୁ ଏହି ଡିଭିଜନ୍‌ର ନେତୃତ୍ବ ନେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe