ଦୁଇ ମିନି ଟ୍ରକ ଧକ୍କା

Advertisment
ଦୁଇ ମିନି ଟ୍ରକ ଧକ୍କା

କୋରେଇ : କୋରେଇ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଆଲିଆ-ନୂଆପଦା ଗ୍ରାମ ନିକଟରେ ଆଜି ଦୁଇ ମିନିଟ୍ରକ ମଧ୍ୟରେ ଧକ୍କା ହୋଇ ଜଣେ ଗୁରୁତର ହୋଇଛନ୍ତି। ଯାଜପୁର ରୋଡ୍‌ ଆଡ଼ୁ ଦୁଇଟି ମିନିଟ୍ରକ  (ଓଆର ୦୪ଇ ୯୪୬୬) ଓ (ଓଆର ୦୪ କେ ୯୫୭୭) ଆଗ ପଛ ହୋଇ ପାଣିକୋଇଲି ଆଡ଼କୁ ଆସିବା ସମୟରେ ଧକ୍କା ହୋଇଥିଲା।

ଏଥିରେ ଗୋଟିଏ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଛନ୍ତି। ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe