inshorts.com
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଡେଇଁପଙ୍କ ଗ୍ରାମ ପଞ୍ଚାୟତର ରମେଶ ବୁଡ଼ (୧୩) ଓ ତାଙ୍କ ସାଙ୍ଗ ଜିତ ଡୁଙ୍ଗ(୧୩) ହାତିଲି ମୁଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଲାଗି ମୃତ୍ୟୁବରଣ କରିଥିବା ବେଳେ ଜିତର ବାପା ନବୀନ ଡୁଙ୍ଗ ଆହତ ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ଗତକାଲି ଦିନ ବେଳା ରମେଶ ଓ ଜିତ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇ କରିବାକୁଯାଇଥିଲେ। ଘରକୁ ଫେରିଲା ପରେ ଗୋଟିଏ ଛେଳିକୁ ପ୍ରଥମେ ଘରଘର ଖୋଜିଥିଲେ। ହେଲେ ନ ପାଇବାରୁ ୬ଟା ସନ୍ଧ୍ୟାରେ ନିକଟରେ ଥିବା ଜଙ୍ଗଲକୁ ଖୋଜିବା ପାଇଁ ଯାଇଥିଲେ। ସେତେବେଳେ ଗାଁର ଦୁଇ କିମି ଦୂର ଜାଗାକୁ ଯାଇଥିଲେ। ବରହା ମାରିବା ପାଇଁ କେହି ଦୁର୍ବୃତ୍ତ ତାର ବିଛାଇଥିବା ଜାଣି ନ ପାରି ଲାଗି ଯାଇଥିଲେ ଦୁଇ ନାବାଳକ। ଏଣେ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ନବୀନ ଡୁଙ୍ଗ ମଧ୍ୟ୍ୟ ଲାଇନ ତାରରେ ଲାଗି ଯାଇଥିଲେ। ସେତେବେଳେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ନବୀନ ଓ ବେହୋସ ହୋଇ ପଡ଼ି ଯାଇଥିଲେ।
ଚେତା ଆସିବା ପରେ ଘରକୁ ଯାଇ ଲୋକଙ୍କୁ କହିବା ପରେ ଉଲୁଣ୍ଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ତିନିଜଣଙ୍କୁ ୧୦୮ ଆମ୍ବୁଲାନ୍ସରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ ଚିକତ୍ସା ପାଇଁ। ସେତେବେଳକୁ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଥିବା ଡାକ୍ତର କହିଥିଲେ। ସୂଚନା ଅନୁସାରେ ଦୁଇ ଜଣ ନାବାଳକ ପଞ୍ଚମ ଶ୍ରେଣୀ ପାଠ ପଢ଼ିବା ପରେ ଏବେ ଛେଳି ଚରାଉଥିଲେ। ରମେଶର ଶବକୁ ଉଲୁଣ୍ଡା ଡାକ୍ତରଖାନାରେ ରଖାଯାଇଥିବା ବେଳେ ତାଙ୍କ ବାପା ଦିବ୍ୟାଙ୍ଗ ହୋଇଥିବା ହେତୁ ଡାକ୍ତରଖାନାକୁ ଆସି ପାରିଲେ ନାହିଁ।
Follow Us