କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ପୋଖରୀରେ ବୁଡ଼ିଗଲେ ନାବାଳିକା, ସମୁଦ୍ରରେ ବୁଡ଼ି ନାବାଳକ ମୃତ

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ପୋଖରୀରେ ବୁଡ଼ିଗଲେ ନାବାଳିକା, ସମୁଦ୍ରରେ ବୁଡ଼ି ନାବାଳକ ମୃତ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ବାସୁବେଦପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ପୋଖରୀରେ ବୁଡ଼ି ଯାଇଥିବା ବେଳେ ପୁରୀ ସମୁଦ୍ରରେ ଜଣେ ନାବାଳକର ମୃତ୍ୟୁ ‌ହୋଇଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢ଼ୁଆଁ ଗାଁରେ କାର୍ତ୍ତିକ ପୂର୍ଣ୍ଣିମାରେ ପୋଖରୀରେ ଭସଯାଇଥିବା ଡଙ୍ଗା କାଢ଼ିବାକୁ ଯାଇ ଜଣେ ନାବାଳିକା ବୁଡିଯାଇଛି। ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ଝିଅ ଝାନସୀ ରାଣୀ ମହାଳିକ(୧୩)। ତେବେ ନାବାଳିକା ଜଣକ ଆଜି ଡଙ୍ଗା ଭସା ପୂର୍ଣ୍ଣମୀ ପାଇଁ ଭସା ଯାଇଥିବା ଡଙ୍ଗାକୁ କାଢ଼ିବାକୁ ପୋଖରୀ ଭିତରକୁ ଚାଲିଯାଇଥିଲା। ତେଣୁ ସେହି ପୋଖରୀ ଭିତରେ ନାବାଳିକା ଜଣକ ବୁଡ଼ିଯାଇଥିଲା।

ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଧୀନ ଗୋପାଳପୁର ଗାଁର ଦଶମ ଶ୍ରେଣୀର ନାବାଳକ ନବ ଗାଁ ନିକଟ ସମୁଦ୍ରରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲା। ସୂଚନା ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ତାକୁ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe