ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ: ପ୍ରଥମ ଥର ଲାଗି ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର, କୋଭିଡ୍ ମାନଚିତ୍ରରେ କୋରାପୁଟ୍ ସାମିଲ୍

Advertisment

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦

ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ:  ପ୍ରଥମ ଥର ଲାଗି ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର, କୋଭିଡ୍ ମାନଚିତ୍ରରେ କୋରାପୁଟ୍ ସାମିଲ୍

ଭୁବନେଶ୍ବର: ପୁଣି ୨ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ହୋଇଛି। ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୋରାପୁଟ୍ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡ଼ିଛି।

ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବା ସହ କରୋନା ମାନଚିତ୍ରରେ ସାମିଲ ହୋଇଛି କୋରାପୁଟ ଜିଲ୍ଲା। ଏଥିସହ ଦକ୍ଷିଣ ଓଡ଼ିଶାରେ ପାଦ ରଖିଛି କୋଭିଡ୍ ୧୯ ଭାଇରସ୍।  କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ବ୍ଲକର ଏହି ୨୨ ବର୍ଷିୟ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକମସଂପର୍କ ବିଭାଗ। ଉଲ୍ଲେଖଯୋଗ୍ୟ କଥା ହେଲା ଏହି ସ୍ବାସ୍ଥ୍ୟକର୍ମୀଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା, ମାତ୍ର ନମୁନ‌ା ପରୀକ୍ଷା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେ ଜଣେ ୩୨ ବର୍ଷିୟ ଯୁବକ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆ‌ଯାଇଛି। ଏହା ଫଳରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହୋଇଛି। ଆଜି ସକାଳେ ବାଲେଶ୍ୱର ଜିଲ୍ଲାରୁ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।  ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍  ପକ୍ଷରୁ ଏହି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe