ଗୁରୁ ଦିବସରେ ୨ ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି

Advertisment
ଗୁରୁ ଦିବସରେ ୨ ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ବି ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଭଦ୍ରକର ଅଶୋକ କୁମାର ଶତପଥୀ ଓ ଗଞ୍ଜାମର ଅଜିତ କୁମାର ସେଠୀଙ୍କୁ ସମ୍ମାନିତ କରାଯାଇଛି। ଅଶୋକ ଶତପଥୀ ଏବେ ଭଦ୍ରକ ଜିଲ୍ଲା ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୦୩ ମସିହାରୁ ସେ ସ୍କୁଲ ଓ ଗରିବ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାମ କରୁଛନ୍ତି। ଏଥିପାଇଁ ସେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିଛନ୍ତି।
ସେହିପରି ଅଜିତ କୁମାର ସେଠୀ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ୨୦୦୭ ମସିହାରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ପ୍ରଥମରୁ ହିଁ ସେ ସଂଗୀତ ମାଧ୍ୟମରେ ଶିକ୍ଷକତା କରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଂଗୀତ ମାଧ୍ୟମରେ ଶିକ୍ଷକତା ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି କହିଛନ୍ତି ଅଜିତ। ଏଥିପାଇଁ ସେ ପିଲାମାନଙ୍କୁ ସଂଗୀତ ମାଧ୍ୟମରେ ପାଠ ପଢାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe