representetional immage - India Today
ବୁର୍ଲା: ଆଜି ଆଉ ଦୁଇ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଭିମ୍ସାରର ପ୍ରଥମ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଭର୍ତ୍ତି ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ଭିସୁଟର ଛାତ୍ରୀ ହୋଇଥିବା କୋଭିଡ୍ ହସ୍ପିଟାଲ ଇନ୍ଚାର୍ଜ ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ସଂପୃକ୍ତ ଛାତ୍ରୀ ଜଣକ ଏକ ଛାତ୍ରୀନିବାସରେ ରହୁଥିଲେ। ଛାତ୍ରୀ ଜଣକ ଭିମ୍ସାର୍ ମହିଳା ମେଡ଼ିସିନ୍ ବିଭାଗରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ପରୀକ୍ଷା ସମୟରେ ସେ କୋଭିଡ୍ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ଭିସୁଟ୍ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ୱାର୍ଡରୁ ସ୍ଥାନାନ୍ତର ହୋଇଥିବା ରୋଗୀ ଜଣକ ଗୁରୁତର ଅଛନ୍ତି ବୋଲି ଡାକ୍ତର ନାଏକ କହିଛନ୍ତି। ଆଜିର ଦୁଇ ରୋଗୀଙ୍କୁ ମିଶାଇ ପ୍ରଥମ କୋଭିଡ୍ ହସ୍ପିଟାଲ୍ରେ ରୋଗୀ ସଂଖ୍ୟା ୩ କୁ ବୃଦ୍ଧି ପାଇଲା।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ରୁ ପଜିଟିଭ ଚିହ୍ନଟ ହୋଇ ଜଣେ ୪୨ ବର୍ଷୀୟ ବ୍ୟକ୍ତି କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର ହୋଇଥିଲେ। ଗତ ୧୯ ତାରିଖରେ ବଲାଂଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ
ଭିମସାର୍ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ଦିନ ତାଙ୍କ ମୃତ୍ୟୁ ଘଟିଥିଲା।
Follow Us