ଜାଗରରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ଜଣଙ୍କ ଜୀବନ, ଜଣେ ଗୁରୁତର

କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

ଆର.ଉଦୟଗିରି: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ମୃତକ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ(୧୮) ଓ ଅମ୍ବିକା ନାୟକ(୭)। ସେହିପରି ଝୁମୁରି ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ବେତାର ସିଂ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନେରେଟର ଲଗାଇ ଲୋକେ ନାଚଗୀତ କରୁଥିଲେ। ତେବେ ରାତି ସମୟରେ ଏକ ଶୋଇଥିବା ଘରେ ଜେନେରେଟରକୁ ଲଗାଇ ରଖିବା ଦ୍ୱାରା ଧୂଆଁରେ ଶ୍ଵାସରୁଦ୍ଧ ହୋଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ମହାଶିବରାତ୍ରିରେ ଏହି ଦୁଃଖଦ ଘଟଣା ଘଟିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe