ଟ୍ରକ୍ ପଛକୁ ଧକ୍କା ଦେଲା ସ୍କର୍ପିଓ: ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ, ୪ ଗୁରୁତର

Advertisment
ଟ୍ରକ୍ ପଛକୁ ଧକ୍କା ଦେଲା ସ୍କର୍ପିଓ: ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ, ୪ ଗୁରୁତର

ଭଦ୍ରକ: ଭଦ୍ରକର  ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ନଳାଙ୍ଗ ସାଇ ମନ୍ଦିରଠାରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ସ୍କର୍ପିଓ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ବେଳେ ଏକ ଟ୍ରକ୍ କୁ ପଛପଟୁ କାରଟି ଧକ୍କା ଦେଇଥିଲା। କାର ଓ ଟ୍ରକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କାରରେ ଥିବା ଦୁଇ ଜଣ ଯାତ୍ରୀଙ୍କ ମୃତୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି।

publive-image

ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପଶ୍ଚିମବଙ୍ଗର ଏଇ ଯାତ୍ରୀମାନେ ପୁରୀ ଜଗନ୍ନାଥ ଦର୍ଶନରେ କରିବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାରେ ଶିକାର ହୋଇଛନ୍ତି। ମୃତ ମହିଳାଙ୍କ ନାମ ପମ୍ପା ପରିଡ଼ା ବୋଲି ପରିଚୟ ମିଳିଥିବା ବେଳେ ମୃତ ଡ୍ରାଇଭରଙ୍କର ପରିଚୟ ମିଳି ନାହିଁ। ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe