ପାଲବଣୀ ବାଇପାସ୍ ନିକଟରେ ଦୁର୍ଘଟଣା; ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ

Advertisment
ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ବାରିପଦା: ଜାତୀୟ ରାଜପଥ-୧୮ର ପାଲବଣୀ ବାଇପାସ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ରକ୍ ମାଡ଼ିଯିବାରୁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ରାତି ପ୍ରାୟ ସାଢେ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁଇମୃତକ ଶିରିଶିବଣି ଶାମାଖୁଣ୍ଟା ଗାଁର ବୋଲି ଜଣାଯାଇଛି। ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ରାସ୍ତାରେ ମିଶିଯାଇ ମିଳିବା କଷ୍ଟ ହୋଇଛି। ଉଭୟଙ୍କୁ ଦୁଇଶହ ମିଟର ଯାଏଁ ଘୋଷାଡ଼ି ନେଇଥିଲା ଟ୍ରକ୍।

ପାଲବଣି ଜାତୀୟ ରାଜପଥରେ ଥିବା ମଦ ଦୋକାନକୁ ଲାଗି ତିରିଶିରୁ ଉର୍ଦ୍ଧ୍ବ ଝୋପଡପଟିରେ ଚାଖଣା ଓ ମଦ ବିକ୍ରି ହେଉଥିବା ଯୋଗୁଁ ଅଧିକାଂଶ ସମୟରେ ଛୋଟ ଛୋଟ ଅପରାଧ ଓ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe