ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର

Advertisment

 ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ସନ୍ଦେହ

 ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ସନ୍ଦେହ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା - ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଜାମ ଖୁଣ୍ଟା - ବଙ୍କାପୁର ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୁଇ ମୃତ ଓ ଦୁଇ ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ସୋମବାର ରାତିରେ କୌଣସି କାମରେ ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ କାଲକୁଟ ଦର୍ଲିପଡାର କଦମ ମାଝୀ (୧୮) , ଘନଶ୍ୟାମ ମାଝୀ (୨୩) ଓ ବିଛୁ ବେହେଳି ଗ୍ରାମର ନରେଶ ମାଝୀ (୨୨) ଏକ ଗ୍ଲାମର ଗାଡ଼ିରେ ଘରୁ ବାହାରି ଯାଇଥିଲେ। ତେବେ ଉକ୍ତ ତିନିଜଣ ଯୋଉ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି, ସେହି ସ୍ଥାନରେ ଆଉ ଜଣଙ୍କ ମୁଣ୍ଡ ଚାପି ହୋଇ ଯାଇଥିବାରୁ ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ସିନ୍ଧେକେଲା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୁଚନା ମିଳିଛି। ଏହି ତିନି ଜଣଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ବେଳେ ନରେଶ ମାଝୀଙ୍କ ମୃତ୍ୟୁ ହୋଇଯାଇଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ଠାରୁ ସୁଚନା ମିଳିଛି। ବିଳମ୍ବିତ ରାତିରେ ଘଟଣା ଘଟିଥିବାରୁ ଦୁର୍ଘଟଣା କେମିତି ଘଟିଲା, କାହିଁକି ଘଟିଲା ସେ ବିଷୟରେ ସବିଶେଷ ତଥ୍ୟ ମିଳି ପାରିନଥିବାବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ଏହି ଚାରିଜଣ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଚର୍ଚ୍ଚା କରୁଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe