ଅମଲିପାଲିରେ ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଅଧିକ ଆକ୍ରାନ୍ତ

Advertisment
ଅମଲିପାଲିରେ ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଅଧିକ ଆକ୍ରାନ୍ତ

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅମଲିପାଲି ଗ୍ରାମରେ ଆଜକୁ ୬ ଦିନ ହେବ ଝାଡ଼ାବାନ୍ତି ବ୍ୟାପିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ  ୩୦ରୁ ଅଧିକ ଆକ୍ରାନ୍ତ ଅଛନ୍ତି। ସେଥିମଧ୍ୟରୁ ଏବେ ୬ ଜଣ ଗୁରୁତର ହୋଇ ବରଗଡ଼ର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ମୃତ ବ୍ୟକ୍ତି 2 ଜଣ ହେଉଛନ୍ତି ଜଗନ୍ନାଥ ଦେହେରୀ(୭୦) ଓ ତାଙ୍କ ସ୍ତ୍ରୀ କଲାବତୀ ଦେହେରି(୬୦) ବୋଲି ଜଣାପଡିଛି।

ଜଗନ୍ନାଥଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ କଳାବତୀଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି। ଏବେ ଗାଁରେ ଲୋକେ ଭୟରେ ରହୁଛନ୍ତି|ବିଧାୟକ ନିହାର ମହାନନ୍ଦ ଓ ମେଡ଼ିକାଲ ଟିମ ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe