ମତଦାନ କେନ୍ଦ୍ରରେ ଅଘଟଣ: ଅଂଶୁଘାତରେ ଚାଲିଗଲା ମହିଳା ଭୋଟର ଓ ବିଜେପି ଏଜେଣ୍ଟଙ୍କ ଜୀବନ

ମତଦାନ କେନ୍ଦ୍ରରେ ଅଘଟଣ: ଅଂଶୁଘାତରେ ଚାଲିଗଲା ମହିଳା ଭୋଟର ଓ ବିଜେପି ଏଜେଣ୍ଟଙ୍କ ଜୀବନ

ଭୁବନେଶ୍ବର: ଆଜି ଭୋଟ ଦାନ ପ୍ରକ୍ରିୟା ଚାଲିଥିବା ବେଳେ ଅଂଶୁଘାତରେ ଦୁଇଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ପଥରପୁଞ୍ଜି ଗ୍ରାମର କୁମୁଦିନୀ ଦଳେଇ(୬୦) ସକାଳେ ଭୋଟ ଦେବାପାଇଁ ଭୋଟ କେନ୍ଦ୍ରକୁ ଆସିଥିବା ବେଳେ ଧାଡିରେ ଛିଡ଼ା ହୋଇଥିଲେ। ମାତ୍ର ପ୍ରବଳ ଖରାରେ ଝାଳନାଳ ହୋଇ ଚେତାଶୂନ୍ୟ ହୋଇ ସେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ ତାଙ୍କ ଉପରେ ପାଣି ଛିଞ୍ଚିଥିଲେ ମଧ୍ୟ ଚେତା ନ ଫେରିବାରୁ ତାଙ୍କୁ ଖଣ୍ଡପଡ଼ା ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର କୁମୁଦିନୀ ଦଳେଇଙ୍କୁ ମୃତ ଘୋଷଣା କରିଥିଲେ।

ଏଣେ ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାହାଲୁଣ୍ଡା ଗାଁର ଶୁକଦେବ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ ସେ କାର୍ଯ୍ୟରତ ଥିଲେ। ସକାଳ ସାଢ଼େ ୯ଟା ସମୟରେ ଭୋଟ କେନ୍ଦ୍ରରେ ସେ ହଠାତ ଅଂଶୁଘାତରେ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ରେ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe