ପୁରୀ ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ପ୍ରବଳ ଭିଡରୁ ୨ ଶ୍ରଦ୍ଧାଳୁ ଅସୁସ୍ଥ

ପୁରୀ ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ପ୍ରବଳ ଭିଡରୁ ୨ ଶ୍ରଦ୍ଧାଳୁ ଅସୁସ୍ଥ

OdishaTV

ପୁରୀ: ପୁରୀ ଶ୍ରୀମନ୍ଦିରରେ ମଙ୍ଗଳବାର ଅଘଟଣ ଘଟିଛି। ଅତ୍ୟଧିକ ଗହଳି ଯୋଗୁ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଦୁଇ ଶ୍ରଦ୍ଧାଳୁଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟାରେ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା। ଫଳରେ ଅଣନିଃଶ୍ବାସୀ ହୋଇ ଦୁଇ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଥିଲେ।

ଏହା ଦେଖିବା ପରେ ମନ୍ଦିରରେ ପହରା ଦେଉଥିବା ପୋଲିସମାନେ ସେମାନଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି। ଶ୍ରଦ୍ଧାଳୁମାନଙ୍କୁ ଧାଡିରେ ଶୃଙ୍ଖଳାର ସହିତ ଦର୍ଶନ କରିବାକୁ ପରାମର୍ଶ ଦେବା ସହ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe