ସମଲିଙ୍ଗୀ ସମ୍ପର୍କରେ ୨କଏଦୀ, ପ୍ରଘଟ ପରେ ସ୍ଥାନାନ୍ତର

Advertisment

କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି।

କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି।

ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

ଭୁବନେଶ୍ବର: କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨କଏଦୀଙ୍କୁ ଅଲଗା ଅଲଗା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜଣକୁ ମାଲକାନଗିରି ଓ ଅନ୍ୟ ଜଣକୁ ଭବାନୀପାଟଣା ଉପକାରାଗାରକୁ ପଠାଇଦିଆଯାଇଛି। ଏଥିସହିତ ଏହା ପଛର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି। ଦୁହିଁଙ୍କ ମଧ୍ୟରେ ଏଭଳି ସମ୍ପର୍କ ସ୍ବତଃ ଗଢ଼ିଉଠିଥିଲା କି ବାଧ୍ୟବାଧକତାରେ ଜୋର୍‌ ଜବରଦସ୍ତ କରାଯାଉଥିଲା, ସେନେଇ ତନାଘନା ଆରମ୍ଭ ହୋଇଛି। ତେଣୁ ୨ କଏଦୀଙ୍କୁ ମନସ୍ତତ୍ତ୍ବବିତ୍‌ଙ୍କ ଦ୍ବାରା କାଉନ୍‌ସେଲିଂ କରାଯିବାକୁ ଜେଲ୍‌ ବିଭାଗ ଯୋଜନା କରିଛି। ମାତ୍ର କୌଣସି ଜେଲ୍‌ରେ ମନସ୍ତତ୍ତ୍ବବିତ୍‌ ନଥିବାରୁ କ୍ଲିନିକାଲ୍‌ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।  

ଏହି ୨ ବିଚାରାଧୀନ କଏଦୀ ଦୀର୍ଘ ଦିନ ଧରି ଜେଲ୍‌ରେ ଥିବା ଜଣାପଡ଼ିଛି। ଗତ କିଛି ଦିନ ପୂର୍ବେ ସେମାନଙ୍କ ସମ୍ପର୍କକୁ ନେଇ ଖବର ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲା। ମାତ୍ର ପ୍ରଥମେ ଏହାକୁ କେହି ବିଶ୍ବାସ କରିନଥିଲେ। ମାତ୍ର ପରେ ପ୍ରକୃତ ସତ ଜଣାପଡ଼ିଲା। ଅନ୍ୟ କଏଦୀମ‌ାନେ ଆପତ୍ତି ଉଠାଇବା ପରେ ଜେଲ୍‌ କର୍ତ୍ତୃପକ୍ଷ ପଚରାଉଚରା କରିଥିଲେ ଏବଂ କଥା ସାମ୍ନାକୁ ଆସିଥିଲା। ତେଣୁ ଜେଲ୍‌ କର୍ତ୍ତୃପକ୍ଷ ତୁରନ୍ତ ବିଭାଗୀୟ ଡିଜିଙ୍କୁ ଅବଗତ କରାଇଥିଲେ। ଡିଜି ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସେମାନଙ୍କୁ ଅଲଗା ଅଲଗା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟର କୌଣସି ଜେଲ୍‌ରେ ମନସ୍ତତ୍ତ୍ବବିତ୍‌ ନାହାନ୍ତି। ତେଣୁ ଆଉଟ୍‌ସୋର୍ସିଂ ଜରିଆରେ ୩୫ କ୍ଲିନିକାଲ୍‌ ସାଇକିଆଟ୍ରିଷ୍ଟ୍‌ଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe