ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍

Advertisment
ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍

The News Insight

ଅନୁଗୁଳ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀ ମିଶ୍ର ପ୍ରଦର୍ଶନ କରିଛନ୍ତି। ବିଜ୍ଞାନରେ ୯୪.୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲାବେଳେ ବାଣିଜ୍ୟରେ ୮୧.୨୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ଏଥର ୨୫୦୫ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ ନାମ ପଂଜୀକରଣ କରିଥିଲେ। ଏଥିରୁ ୨୪୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୨୩୦୪ ଜଣ ପାସ୍ କରିଛନ୍ତି। ଏଥିରୁ ୧୫୬୩ ଜଣ ପ୍ରଥମ ଶ୍ରେଣୀରେ, ୫୩୬ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୨୦୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଜଣେ କମ୍ପାର୍ଟମେଣ୍ଟରେ ପାସ୍ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାରେ ପାସ୍ ହାର ୯୪.୫୦ ରହିଛି। ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରି ୧୦ ଜଣ ଧରାପଡ଼ିଛନ୍ତି। ବାଣିଜ୍ୟରେ ଅନୁଗୁଳ ଜିଲ୍ଲାରେ ୪୨୭ ଜଣ ପରୀକ୍ଷା ଦେଇଥିଲେ। କିନ୍ତୁ କୌଣସି କାରଣରୁ ୧୦ ଜଣ ପରୀକ୍ଷା ଦେଇ ନ ଥିଲେ। ପରୀକ୍ଷା ଦେଇଥିବା ୪୧୭ ଜଣଙ୍କ ଭିତରୁ ୩୩୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥିରୁ ୧୨୧ ଜଣ ପ୍ରଥମ ଶ୍ରେଣୀ, ୧୦୧ ଜଣ ଦ୍ବିତୀୟ ଶ୍ରେଣୀ ଓ ୧୧୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରି ଜଣେ ଧରାପଡ଼ିଥିଲାବେଳେ କମ୍ପାର୍ଟମେଣ୍ଟ ୨ ଜଣ ପାସ୍ କରିଛନ୍ତି। ଜିଲ୍ଲାରେ ପାସ୍ ହାର ୮୧.୨୯ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe