ସମ୍ବଲପୁର ବିଶ୍ବବିଦ୍ୟାଳୟର ୨ ସେକ୍ସନ୍ ଅଫିସର୍‌ ନିଲମ୍ବିତ

ସମ୍ବଲପୁର ବିଶ୍ବବିଦ୍ୟାଳୟର ୨ ସେକ୍ସନ୍ ଅଫିସର୍‌ ନିଲମ୍ବିତ

The New Indian Express

ସମ୍ବଲପୁର: କାର୍ଯ୍ୟରେ ଅବହେଳା କାରଣରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ୨ ଜଣ ସେକ୍‌ସନ ଅଫିସର୍ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଇଷ୍ଟେଟ୍ ସେକ୍‌ସନର ସଂଜୟ ପ୍ରଧାନ ଏବଂ ଆଇନ୍‌ ବିଭାଗର ଦେବାଶିଷ ମିଶ୍ର। କୁଳସଚିବ ଡ. ନୃପରାଜ ସାହୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

କୁଳସଚିବଙ୍କ କଠୋର ଆଭିମୁଖ୍ୟ ଦେଖି ବିଶ୍ବବିଦ୍ୟାଳୟ କର୍ମଚାରୀ ମହଲରେ ଛନକା ପଶିଛି। ‌କାର୍ଯ୍ୟରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଆଗକୁ ବି ନିୟମିତ ପରିଦର୍ଶନ ଓ ଯାଞ୍ଚ କରାଯିବ। କେହି ଅବହେଳା କରୁଥିବା ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳସଚିବ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe