ଭୁବନେଶ୍ବରରେ ଚାଞ୍ଚଲ୍ୟ: ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ନାବାଳକ ପୁଅ

ଭୁବନେଶ୍ବରରେ ଚାଞ୍ଚଲ୍ୟ: ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ନାବାଳକ ପୁଅ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ଅର୍କିଡ୍ ରିଜେନସି ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ନାବାଳକ ପୁଅ ପିଟି ମାରିଥିବାର ଖବର ମିଳିଛି। ମୃତକଙ୍କ ନାମ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮ ବର୍ଷ ବୋଲି ସୂଚନା ମିଳିଛି।

ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ,  ତେବେ ପାରିବାରିକ କଳହ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଉଭୟ ଅଭିଯୁକ୍ତ ପୁଅଙ୍କ ବୟସ ଯଥାକ୍ରମେ ୧୩ ଏବଂ ୧୬ ବର୍ଷ । ଉଭୟେ ସ୍କୁଲରେ ପଢୁଥିବା ଜଣାଯାଇଛି। ଏହି ଅଘଟଣ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଘଟିଥିଲା।

ଖବର ପାଇ ରାତି ପ୍ରାୟ ୧ଟା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିନୋଦିନୀ ମିଶ୍ରଙ୍କ ଶବକୁ ଜବତ କରିବା ସହ ପଚରାଉଚରା ପାଇଁ  ଦୁଇ ଅଭିଯୁକ୍ତ ନାବାଳକ ପୁଅଙ୍କୁ ମଧ୍ୟ ଅଟକ ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe