ବାଲ୍ୟବିବାହ :ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ଦୁଇ ଛାତ୍ରୀ

ବାଲ୍ୟବିବାହ :ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ଦୁଇ ଛାତ୍ରୀ

hindustan times

କାଳିଆପାଣି: ଦଶମରେ ପଢ଼ୁଥିବା ନଗଡ଼ାର ଜଣେ ଓ ପଡ଼ୋଶୀ ଗୁହିଆଶାଳ ମୌଜାର ଅନ୍ୟ ଜଣେ ଜୁଆଙ୍ଗ ଛାତ୍ରୀ ଆଜି ମାଟ୍ରିକ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଉଭୟ ବାଲ୍ୟ ବିବାହ କରିଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ଏବେ ଅନ୍ତଃସତ୍ତ୍ବା ଥିବା ସୂଚନା ମିଳିଛି। ଅନ୍ୟପକ୍ଷ‌ରେ ବାଲ୍ୟ ବିବାହ ସତ୍ତ୍ବେ ତଳ ଓ ଉପର ନଗଡ଼ାର ଅନ୍ୟ ୨ ଜଣ ଛାତ୍ରୀ ଆଜି ମାଟ୍ରିକ୍‌ ପରୀକ୍ଷା‌ ଦେଇଥିବା ଜଣାପଡ଼ିଛି। ଏନଜିଓ ଆସ୍ପାୟାର ପକ୍ଷରୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ଓ ଅଧିକାର ୟୁନିଟ୍‌, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଚାଇଲ୍‌ଡ ଲାଇନ୍‌ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଫୋକସରେ ଥିବା ନଗଡ଼ା ଗାଁରେ ପାଠ ପଢ଼ୁଆ ଝିଅମାନେ ବି ପ୍ରତିବର୍ଷ ବାଲ୍ୟବିବାହ କରୁଥିବା ନେଇ ପ୍ରଶାସନିକ ବିଫଳତା ହିଁ ମୁଖ୍ୟ କାରଣ ବୋଲି ମତ ପ୍ରକାଶ ପାଇବା ସହ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe