ଆସିକା ବିଜ୍ଞାନ କଲେଜରେ ଛାତ୍ରୀଙ୍କୁ ରାଗିଂ; ୨ ଛାତ୍ର ଗିରଫ, ଜଣେ ବହିଷ୍କୃତ

Advertisment
ଆସିକା ବିଜ୍ଞାନ କଲେଜରେ ଛାତ୍ରୀଙ୍କୁ ରାଗିଂ; ୨ ଛାତ୍ର ଗିରଫ, ଜଣେ ବହିଷ୍କୃତ

ଆସିକା: ଗଂଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗତ ତିନି ତାରିଖରେ ଘରକୁ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ ଘଟଣାରେ ପୁଲିସ ୨ ଜଣ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ୨ ଛାତ୍ର ହେଲେ ଦେବାଶିଷ ସ୍ଵାଇଁ ଓ କୈଳାଶ ସ୍ଵାଇଁ। ପୁଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହା ସହିତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳାର ଛାତ୍ର ଦେବାଶିଷ ସ୍ଵାଇଁକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟତାମୂଳକ ଟିସି ଦେଇ କଲେଜରୁ ବାହାର କରି ଦେଇଛନ୍ତି।

ସୂଚନା ଅନୁସାରେ ଗତ ତିନି ତାରିଖ ଅପରାହ୍ନ ସାଢେ ଦୁଇଟା ବେଳେ ଜଣେ ଯୁକ୍ତ ତିନି କଳାର ଛାତ୍ରୀ ମହାବିଦ୍ୟାଳୟରୁ ବାହାରି ଘରକୁ ଫେରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ଦେବାଶିଷ ଓ କୈଳାଶଙ୍କ ସମେତ ପାଞ୍ଚ ଜଣ ତାଙ୍କୁ ରାଗିଂ  ସହିତ ଟଣା ଓଟରା ଓ ଅଶୀଳ ଭାଷାରେ ଗାଳି କରିଥିଲେ। ଏନେଇ  ଛାତ୍ରୀ ଜଣକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜ ଅଧ୍ୟକ୍ଷ ସେହି ଅଭିଯୋଗକୁ ପୁଲିସ ନିକଟକୁ ପଠାଇଥିଲେ। ଏହା ପରେ ପୁଲିସ ଦୁଇ ଜଣକୁ ଗିରଫ କରି ଥାନା କେସ ନମ୍ବର ୬/୨୩ ପ୍ରକରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe