ମହାନଦୀରେ ଗାଧୋଇବା ହେଲା କାଳ: ବୁଡ଼ିଯାଇ ୨ କଲେଜ ଛାତ୍ର ମୃତ

Advertisment
ମହାନଦୀରେ ଗାଧୋଇବା ହେଲା କାଳ: ବୁଡ଼ିଯାଇ ୨ କଲେଜ ଛାତ୍ର ମୃତ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଅଗପାଳ ପଞ୍ଚୟତର ପଥୁରିଆ ଗ୍ରାମର ଦୁଇଜଣ ଯୁବକ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ସେମାନେ ହେଲେ ପଥୁରିଆ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁତ୍ର ରାଜୀବ ଲୋଚନ ସାହୁ(୧୯) ଓ ଦେବେନ୍ଦ୍ର ସାହୁଙ୍କ ପୁତ୍ର ଗଣେଶ୍ୱର ସାହୁ(୧୮)। ଉଭୟେ କଲେଜ ଛାତ୍ର ଥିଲେ।

ସବୁଦିନ ପରି ଆଜି ଦୁଇ ପଡ଼ୋଶୀ ସୀଥୀ ଡକାଡକି ହୋଇ ନିକଟବର୍ତ୍ତି ମହାନଦୀକୁ ଗାଧୋଇ ଯାଇଥିଲେ। ଆଜି ପଣାସଙ୍କ୍ରାନ୍ତି ହୋଇଥିବାରୁ ଗାଧୋଇ ସାରି ପଣାଖାଇ ଆଜିର ପର୍ବକୁ ପାଳନ କରିଥାନ୍ତେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ରାଜୀବ ଗାଧୋଇବା ବେଳେ ଗଭୀର ଜଳକୁ ଗୋଡ଼ ଖସିଯିବା କାରଣରୁ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗଣେଶ୍ୱର ମଧ୍ୟ ଗଭୀର ଜଳକୁ ପଶିଯାଇଥିଲା। ସେମାନେ ପରସ୍ପର ଧରାଧରି ହୋଇ ବୁଡ଼ି ଯାଇଥିଲେ। ନିକଟରେ ଥିବା କିଛିଲୋକ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ଆଣିଥିଲେ, ମାତ୍ର ଡାକ୍ତର ସେମୀନଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe