+ ୨ କଳାରେ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀ

Advertisment
+ ୨ କଳାରେ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ସମସ୍ତ ବିଭାଗରେ ପାସ୍‌ହାର ଗତବର୍ଷ ତୁଳନାରେ କମିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। କଳା ବିଭାଗରେ ୩୨ ହଜାର ୭୮୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ୩୨୪୩ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ବାଲେଶ୍ବର ଜିଲ୍ଲାର ପାସ୍‌ହାର ଅଧିକ ହୋଇଥିଲେ ମଧ୍ୟ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦ୍ବିତୀୟ ସ୍ଥାନରେ ରହିଛି। ଗଞ୍ଜାମ ତଳକୁ ବାଲେଶ୍ବରରେ ୨୯୪୬, କଟକରେ ୨୪୦୨, ଖୋର୍ଧାରେ ୨୩୫୮, ବରଗଡ଼ରେ ୨୦୭୭ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ମାଲକାନଗିରିରେ ସର୍ବନିମ୍ନ ୯୮ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୧୪୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଆସନ୍ତୁ ଜାଣିବା + ୨ କଳାରେ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ବିଷୟରେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe