୮ଶ୍ରେଣୀକୁ ମାତ୍ର ୨ ଶିକ୍ଷକ, ଅବ୍ୟବସ୍ଥା ଘେରରେ ଲବାରସିଂ ବିଦ୍ୟାଳୟ

Advertisment
୮ଶ୍ରେଣୀକୁ ମାତ୍ର ୨ ଶିକ୍ଷକ, ଅବ୍ୟବସ୍ଥା ଘେରରେ ଲବାରସିଂ ବିଦ୍ୟାଳୟ

ଚନ୍ଦ୍ରଗିରି : ମୋହନା ବ୍ଲକ୍‌ ଲବାରସିଂ ଶିକ୍ଷା କେନ୍ଦ୍ର ସଂଯୋଜକ (କ୍ଳଷ୍ଟର୍)ଅଧୀନରେ ଥିବା  ଲବାରସିଂ ସରକାରୀ ଉଚ୍ଚ ପ୍ରାଥିମକ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଲାଗି ରହିଛି। ଫଳରେ ଏଠାରେ ଶିକ୍ଷାଦାନ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି।

ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର  ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ପ୍ରଧାନଶିକ୍ଷକ ସ୍କୁଲ କାମରେ କିମ୍ବା ଜଣେ ଶିକ୍ଷକ ଛୁଟିରେ ଗଲେ ପିଲାଙ୍କ ପାଠପଢ଼ା ଆଉ ହୋଇପାରୁନି।  ଗତ ଜାନୁଆରି ମାସରେ ଏଠାରୁ ଜଣେ ଶିକ୍ଷୟିତ୍ରୀଙ୍କୁ  ଅନ୍ୟତ୍ର ବଦଳି ହେବାପରେ ଶିକ୍ଷକ ଅଭାବଜନିତ ଅବ୍ୟବସ୍ଥା ଦ୍ବିଗୁଣିତ ହୋଇଯାଇଛି। ସରପଂଚ  ଯମୁନା ରଇତ ଓ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ କାର୍ଯ୍ୟୀଙ୍କ କହିବା ଅନୁସାରେ ବିଦ୍ୟାଳୟରେ ୮ଶ୍ରେଣୀକୁ ୨ ଶିକ୍ଷକ ଶିକ୍ଷାଦାନ କରୁଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି। କିନ୍ତୁ ଶିକ୍ଷକ ପଦବି ପୂରଣ ପାଇଁ ବ୍ଳକ୍ ଶିକ୍ଷାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁନଥିବା କହିଛନ୍ତି।

ଆଦିବାସୀ  ଅଧ୍ୟୁଷିତ ଅଞ୍ଚଳରେ ଥିବା ଏହି ବହୁ ପୁରାତନ  ପ୍ରାଥମିକ ବିଦ୍ୟାଳୟଟି ୧୯୫୩ରେ ପ୍ରତିଷ୍ଠା ହୋଇଥିଲା। ୨୦୦୮ରେ ଏହାକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ମିଳିଥିଲା। ବିଦ୍ୟାଳୟରେ ଏବେ  ମୋଟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପାଡ ପଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ଜଣ ଛାତ୍ରୀ ଓ ୫୬ ଛାତ୍ର ରହିଛନ୍ତି। ହେଲେ ଶିକ୍ଷକ ଅଭାବଜନିତ ଅବ୍ୟବସ୍ଥା କାରଣରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛନ୍ତି। ତେଣୁ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe