ଦେଢ଼ବର୍ଷରେ ବଢ଼ିଲେ ୨ହଜାର ବିଧବା: ଅଜଣା ରୋଗ, ମଦ ନେଉଛି ଜୀବନ

Advertisment

ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ୩ ଦଶନ୍ଧିରୁ ଅଧିକ ସମୟ ଧରି ନକ୍ସଲ ଆତଙ୍କ ଜିଲ୍ଲାକୁ ଆଚ୍ଛନ୍ନ କରି ରଖିଥିଲା। ଏଥିପାଇଁ ଅନେକ ଅପବାଦ ଏବଂ ଅଲୋଡ଼ା ରେକର୍ଡ ଜିଲ୍ଲାକୁ ନେଇ ରହିଛି।

ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ୩ ଦଶନ୍ଧିରୁ ଅଧିକ ସମୟ ଧରି ନକ୍ସଲ ଆତଙ୍କ ଜିଲ୍ଲାକୁ ଆଚ୍ଛନ୍ନ କରି ରଖିଥିଲା। ଏଥିପାଇଁ ଅନେକ ଅପବାଦ ଏବଂ ଅଲୋଡ଼ା ରେକର୍ଡ ଜିଲ୍ଲାକୁ ନେଇ ରହିଛି।

କାହିଁକି ବିଧବା ନାରୀ ଧଳା ପୋଷାକ ପିନ୍ଧନ୍ତି ଆଉ ଆମିଷ ଭକ୍ଷଣ କରନ୍ତି ନାହିଁ?

ମାଲକାନଗିରି: ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ୩ ଦଶନ୍ଧିରୁ ଅଧିକ ସମୟ ଧରି ନକ୍ସଲ ଆତଙ୍କ ଜିଲ୍ଲାକୁ ଆଚ୍ଛନ୍ନ କରି ରଖିଥିଲା। ଏଥିପାଇଁ ଅନେକ ଅପବାଦ ଏବଂ ଅଲୋଡ଼ା ରେକର୍ଡ ଜିଲ୍ଲାକୁ ନେଇ ରହିଛି। ଯଦିଓ ବର୍ତ୍ତମାନ ପରିବେଶ ଏବଂ ପରିସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇଛି। ତଥାପି କିଛି ପରିସଂଖ୍ୟାନ ଜିଲ୍ଲା କେଉଁ ଦିଶାରେ ଯାଉଛି ଏବଂ ଆଗକୁ ଦଶା କ’ଣ ହେବ ଆକଳନ କଲା ବେଳକୁ ଉଦ୍‌ବେଗ ବଢ଼ିଯାଉଛି। କାରଣ ଗତ ଦେଢ଼ ବର୍ଷ ମଧ୍ୟରେ ୨୦୦୦ରୁ ଅଧିକ ମହିଳା ଜିଲ୍ଲାରେ ବିଧବା ହୋଇଛନ୍ତି। ମହିଳାଙ୍କ ମଥାରୁ ସିନ୍ଦୂର ଲିଭିବା ପଛର କାରଣ ମଦ ଏବଂ ରୋଗ ବୋଲି ଜଣାପଡ଼ିଛି।

ପ୍ରତିବର୍ଷ ଜିଲ୍ଲାରେ ବିଧବା ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚିତ୍ରକୋଣ୍ଡା ବ୍ଲକରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୯୭୨ ଜଣ ବିଧବା ଭତ୍ତା ପାଉଥିଲେ। ଚଳିତ ଆର୍ଥିକ ବର୍ଷରେ ସଂଖ୍ୟା ୨୦୬୯କୁ ବୃଦ୍ଧି ପାଇଛି। ସେହିପରି କାଲିମେଳା ବ୍ଲକରେ ଦୁଇବର୍ଷ ମଧ୍ୟରେ ୭୮୬ଜଣ ବିଧବା ହୋଇଛନ୍ତି। ଖଇରପୁଟ ବ୍ଲକରେ ମଧ୍ୟ ଏହି ଦୁଇ ବର୍ଷରେ ୧୧୯ଜଣ ବିଧବା ହୋଇଥିବା ଜଣାପଡ଼ିଛି। କୋରୁକୋଣ୍ଡା ବ୍ଲକରେ ୧୮୨ଜଣ ବିଧବା ହୋଇଛନ୍ତି। ମାଲକାନଗିରି ବ୍ଲକରେ ୩୬୮ଜଣ ମହିଳା ଦୁଇ ବର୍ଷ ଭିତରେ ନିଜ ସ୍ବାମୀଙ୍କୁ ହରାଇଛନ୍ତି। ମାଥିଲି ବ୍ଲକରେ ୨୮୫ଜଣ ବିଧବା ହୋଇଛନ୍ତି। ପଡ଼ିଆ ବ୍ଲକରେ ୧୭୭ଜଣ ବିଧବା ହୋଇ ଭତ୍ତା ପାଉଛନ୍ତି। ସେହିପରି ମାଲକାନଗିରି ସହରରେ ମଧ୍ୟ ଦୁଇ ବର୍ଷ ଭିତରେ ୩୭ଜଣ, ବାଲିମେଳା ଏନ୍‌ଏନସି ଅଞ୍ଚଳରେ ୮ଜଣ ବିଧବା ହୋଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୯୩୯୭ଜଣ ହିତାଧିକାରୀ ବିଧବା ଭତ୍ତା ପାଉଥିଲେ। ଚଳିତ ଆର୍ଥିକବର୍ଷ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ୨୧୧୦୪କୁ ବୃଦ୍ଧି ପାଇଛି।

ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାରେ ସଚେତନତା ଅଭାବରୁ ଏବେ ବି ଅନ୍ଧବିଶ୍ବାସ ଭରି ରହିଛି। ସେହିପରି ଆଦିବାସୀଙ୍କ ଜୀବନଶୈଳୀରେ ବିଶେଷ ପରିବର୍ତ୍ତନ ହୋଇପାରିନି। ଜିଲ୍ଲାରେ ମଦ୍ୟପାନ ହାର ବି ଅଧିକ ରହିଛି। ଦୂଷିତ ପାଣି ଯୋଗୁ କିଡ୍‌ନି ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାବ୍ୟତୀତ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଉଛି। ଏଭଳି ଅନେକ କାରଣ ଯୋଗୁ ଅକାଳରେ ଜୀବନ ଝଡ଼ି ଯାଉଥିବା ବେଳେ ପରିବାର ଅସହାୟ ଅବସ୍ଥାକୁ ଚାଲିଆସୁଛି। ଚଳିତ ଆର୍ଥିକବର୍ଷରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପୁଣି ୪୯୨ଜଣ ବିଧବାଙ୍କ ଭତ୍ତା ଆବେଦନ ଅନୁମୋଦନ କରିଛି। ଆଉ କିଛି ଦିନ ମଧ୍ୟରେ ଏହି ଅସହାୟ ମହିଳାମାନେ ଭତ୍ତା ପାଇବେ ବୋଲି ସୂଚନା ମିଳିଛି। ତୁରନ୍ତ ଏ ଦିଗରେ ଦୃଷ୍ଟି ନ ଦେଲେ ଜିଲ୍ଲାରେ ପୁରୁଷ ସଂଖ୍ୟା କମି ସନ୍ତୁଳନ ବିଗାଡ଼ିବ ବୋଲି ଆଶଙ୍କା କରାଯାଉଛି। କାରଣ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe