ଆଧୁନିକୀକରଣ କାର୍ଯ୍ୟ ପାଇଁ ୨ ଟ୍ରେନ ଚଳାଚଳ ପ୍ରଭାବିତ

Advertisment
ନାରାୟଣଗଡ଼-ଭଦ୍ରକ ତୃତୀୟ ରେଳ ଲାଇନ କାର୍ଯ୍ୟ: ୫୫ ଟ୍ରେନ୍‌ ବାତିଲ୍‌, ୪ଟିର ଗତିପଥ ପରିବର୍ତ୍ତନ

Image Source: Telengana Today

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ଼-ରାୟପୁର ରେଳ ସେକ୍ସନର ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେ ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଦୁଇଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ।

ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ(୦୨୮୮୭/୦୨୮୮୮) ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ନଭେମ୍ବର ୩ରୁ ୮ ମଧ୍ୟରେ ଏବଂ ନିଜାମୁଦ୍ଦିନରୁ ନଭେମ୍ବର ୨ରୁ ୭ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ(୦୮୪୨୫/୦୮୪୨୬) ପୁରୀଠାରୁ ନଭେମ୍ବର ୨ରୁ ୮ ମଧ୍ୟରେ ଏବଂ ଦୁର୍ଗଠାରୁ ନଭେମ୍ବର ୩ରୁ ୯ ମଧ୍ୟରେ ଉଭୟ ଦିଗରୁ ପୁରୀ ଓ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ। ଟିଟିଲାଗଡ ଓ ଦୁର୍ଗ ମଧ୍ୟରେ ବାତିଲ୍ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe