୨ ଲୁହାପଥର ବୋଝେଇ ଟ୍ରକ୍‌ ଜବତ, ୪ ଅଟକ

Advertisment
୨ ଲୁହାପଥର ବୋଝେଇ ଟ୍ରକ୍‌ ଜବତ, ୪ ଅଟକ

ଯୋଡ଼ା : ଯୋଡ଼ାସ୍ଥିତ ବାଂଶପାଣି ଓଏମ୍‌ସି ଲିଜ୍‌ ଅଞ୍ଚଳରେ ଖଣି ବିଭାଗ ପକ୍ଷରୁ ଗଚ୍ଛିତ ରଖାଯାଇଥିବା ଲୁହାପଥର ଚୋରା ଚାଲାଣବେଳେ ପୁଲିସ ଚଢ଼ଉ କରି ଦୁଇଟି ଲୁହାପଥର ବୋଝେଇ ଟ୍ରକ୍‌ ଜବତ କରିବା ସହ ୪ଜଣଙ୍କୁ ଅଟକ ରଖିଛି।

ପୁଲିସ ସୂଚନା ଅନୁଯାୟୀ, ଓଏମ୍‌ସି ଲିଜ୍‌ ଅଞ୍ଚଳରୁ ଖଣି ମାଫିଆମାନେ ଦୁଇଟି ଟ୍ରକ୍‌ରେ ଲୁହାପଥର ବୋଝେଇ କରି ଝାଡ଼ଖଣ୍ଡ ରାଜ୍ୟକୁ ପଠାଉଥିଲେ। ପୁଲିସ ଚଢ଼ଉ କରି ବିଲେଇପଦାରୁ ଟ୍ରକ୍‌ ଦୁଇଟିକୁ ଜବତ କରିବା ସହ ୪ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe