କଳାପଥର ବୋଝେଇ ୨ ଗାଡ଼ି ଓ ମେସିନ ଜବତ

Advertisment
କଳାପଥର ବୋଝେଇ ୨ ଗାଡ଼ି ଓ ମେସିନ ଜବତ

Freepik

ଧର୍ମଶାଳା : ଧର୍ମଶାଳା ତହସିଲ ପକ୍ଷରୁ ଆଜି ବାଜବାଟି ପାହାଡ଼ ନିକଟରେ ଚଢ଼ଉ କରାଯାଇ ଗୋଟିଏ ଜେସିବି ମେସିନ୍, ଏକ କଳାପଥର ବୋଝେଇ ଟ୍ରକ୍(ଟିପର) ଓ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି। ଚାଳକମାନେ କଳାପଥର ପରିବହନ ଓ ଖନନ ପାଇଁ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ତହସିଲଦାର ସ୍ବାଗତ ଦାସ ଗାଡ଼ିଗୁଡ଼ିକୁ ଜବତ କରିଥିଲେ। ବଳରାମପୁର-୧ ଆରଆଇ ଚନ୍ଦନ ସାହୁ ଓ ନାକପୋଲ ଏଆରଆଇ ଜଗବନ୍ଧୁ ଜେନା ଚଢ଼ଉରେ ସାମିଲ ହୋଇଥିଲେ।

ସୂଚନା ଯୋଗ୍ୟ ଯେ, ବେଆଇନ କଳାପଥର ଚୋରା ଚାଲାଣ ରୋକିବା ପାଇଁ ଗତମାସ ୧୬ ତାରିଖରେ ଧର୍ମଶାଳା ବ୍ଲକ୍‌ ସଭାଗୃହରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଏସ୍‌ପି ରାହୁଲ୍ ପିଆର୍, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲିକଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଲଘୁ ଖଣିଜ ସମ୍ପଦ ଚୋରା କାରବାରକୁ ଆଉ ବରଦାସ୍ତ କରାଯିବନାହିଁ ବୋଲି କହିଥିଲେ। ଚୋରା ଲଘୁଖଣିଜ ସାମଗ୍ରୀ ପରିବହନରେ ସାମିଲ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ମୋଟାଅଙ୍କର ଜରିମାନା କରାଯିବା ସହିତ ମାମଲା ରୁଜୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାତ୍ର ନେତା ଓ ପ୍ରଶାସକଙ୍କ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଭୟକୁ ମାଫିଆ କିମ୍ବା ଗାଡ଼ି ଚାଳକ ମାନୁନାହାନ୍ତି। ଏହି ବେଆଇନ କାରବାର ବନ୍ଦ ହେବା ବଦଳରେ ବୃଦ୍ଧି ପାଉଛି। ରାଜସ୍ବ ମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe